ମୁମ୍ବାଇ: ଲକଡାଉନ ଯୋଗୁଁ ଫିଲ୍ମ ସୁଟିଂ ବନ୍ଦ ରହିଥିବାବେଳେ ବଲିଉଡ ସମେତ ସମଗ୍ର ଦେଶର ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଶ୍ରମିକ ଖରାପ ଅବସ୍ଥା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସୁପରଷ୍ଟାର ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ୭ଟି ରାଜ୍ୟର ମଜଦୁର ୟୁନିୟନକୁ ଖାଇବା ପାଇଁ ୧ ଲକ୍ଷ ଟଙ୍କାର କୁପନ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତ୍ୟେକ କୁପନର ମୂଲ୍ୟ ୧୫ଶହ ଟଙ୍କା। ଆଉ ଏବେ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ବଲିଉଡ ସହ କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରର ୬ଟି ଭିନ୍ନ ସଙ୍ଗଠନକୁ ଏକ ଲକ୍ଷ ଡିଜିଟାଲ ବାରକୋଡ କୁପନ ଯୋଗାଇ ଦେଇଛନ୍ତି। ଏହି କୁପନର ସର୍ବାଧିକ ଭେଲିଡିଟି ୩ ମାସ ପର୍ଯ୍ୟନ୍ତ ରହିବ। ଅମିତାଭଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରୟାସରେ ସୋନି ଟେଲିଭିଜନ ଓ କଲ୍ୟାଣ ଜୁୟେଲର୍ସ ସହଯୋଗ କରିଛନ୍ତି।