ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି-୨୫ ଗ୍ରାମର ଜଣେ ନାବାଳକକୁ ଥାନା ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ସଂଧ୍ୟାରେ କାଲିମେଳା ଥାନା ପୁଲିସ ଏମ.ପି.ଭି-୨୫ ଗ୍ରାମରେ ପେଟ୍ରୋଲିଂ କରୁଥିବା ସମୟରେ ୩ ଜଣ ପିଲା ଏକାଠି ବସିଥିଲେ। ତେବେ ପୁଲିସକୁ ଦେଖି ଅନ୍ୟ ୨ ଜଣ ଖସି ପଳାଇଥିବା ବେଳେ ଲକଡାଉନ ନିୟମ ଭାଙ୍ଗିବାକୁ ନେଇ ପୁଲିସ କର୍ମଚାରୀ ୮ମ ଶ୍ରେଣୀ ଛାତ୍ର ସୁଜୟ ରାୟଙ୍କୁ ପିଟିଥିଲେ। ମାଡ଼ ଯୋଗୁଁ ଛାତ୍ରଟି ଚେତାଶୂନ୍ୟ ହୋଇପଡ଼ିବାରୁ ତାକୁ ପରିବାର ଲୋକେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ କେବେଳ ତାଗିଦ କରିବା ଉଦ୍ଦେଶ୍ୟରେ ପୁଲିସ କର୍ମଚାରୀମାନେ ସାମାନ୍ୟ ପିଟିିଥିବା କାଲିମେଳା ଥାନା ଭାରପ୍ରାପ୍ତ ନିରୀକ୍ଷକ ସୁରଜ କୁମାର ଝଙ୍କାର ପ୍ରକାଶ କରିଛନ୍ତି।