କରୋନା ଲଢ଼େଇରେ ମହିଳା ଯୋଦ୍ଧା, ୫ ହଜାରରୁ ଊଦ୍ଧ୍ୱର୍ ମାସ୍କ ତିଆରିକରି ପ୍ରଦାନ କରି ସାରିଲେଣି

ରାମନାଗୁଡା,ଏନ୍ଏନ୍ଏସ୍: କରୋନାରେ ମୁକାବିଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂକ୍ରମଣକୁ ରୋକିବା ନେଇ ମାସ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ମହିଳା ଗୋଷ୍ଠୀର ସଦସ୍ୟାମାନେ ମାସ୍କ ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି। ତେବେ ବଜାରରେ ମାସ୍କର ଅଭାବ ରହିଥିବା ବେଳେ ଆବଶ୍ୟକ ମାସ୍କ ଯୋଗାଇଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମାଗଣାରେ ୫ ହଜାରରୁ ଊଦ୍ଧ୍ୱର୍ ମାସ୍କ ଯୋଗାଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଦାନ କରି ଏହି ମହିଳାମାନେ ବନିଯାଇଛନ୍ତି କରୋନା ଯୋଦ୍ଧା। ସମଗ୍ର ବିଶ୍ୱ କରୋନା ମୁକାବିଲା କ୍ଷେତ୍ରରେ ସାମିଲ ହୋଇଥିବାବେଳେ ଗୋଷ୍ଠୀସଂକ୍ରମଣକୁ ରୋକିବାରେ ମାସ୍କ ହେଉଛି ଏକମାତ୍ର ଅସ୍ତ୍ର।ରାମନାଗୁଡାବ୍ଲକ ଓଡିଶା ଜୀବିକା ମିଶନ ଅଧିନରେ ରହିଛନ୍ତି ୫୪୨ଟି ସ୍ୱୟଂ ସହାୟକ ଗୋଷ୍ଠୀ।ଲକ୍ ଡାଉନ୍ ପାଇଁ ଗୋଷ୍ଠୀର ସଦସ୍ୟା ମାନେ ପଣକରି ଘରେ ବସି ରହିଛନ୍ତି।

ମହାମାରୀ କରୋନା ଏହି ମହାବିପତ୍ତିରୁ ବର୍ତ୍ତିବା ପାଇଁ ଘରୁନବାହାରିବା ପାଇଁ ସରକାର କଟକଣା ଜାରି କରିଛନ୍ତି।ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ମାସ୍କ ଅତ୍ୟନ୍ତ ଆବଶ୍ୟକ ହେଉଥିବା ବେଳେ ବଜାରରେ ଅଭାବ ପରିଲକ୍ଷିତ ହୋଇଛି। ଏପରିସ୍ତିତିରେ ଗୁଣ୍ଡିଚି ମୂଷା ଭଳି ବିପଦର ବନ୍ଧୁ ହୋଇ ସରକାରଙ୍କୁ ସହଯୋଗ କରିବା ଲାଗି ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟାମାନେ ରାମନାଗୁଡା ବ୍ଲକର ବୁତିଂ, କୁଜେନ୍ଦ୍ରୀ, ଗୁଲୁମୁଣ୍ଡା, ପେଣେକାମ, ଗୋଗୁପାଡୁ, ନିଲାମଗୁଡା ଆଦି ପଞ୍ଚାୟତରେ ୭ରୁ ଊଦ୍ଧ୍ୱର୍ ଗୋଷ୍ଠୀ ଲାଗିପଡିଛନ୍ତି ଏହି ମାସ୍କ ତିଆରି କାର୍ୟ୍ୟରେ ଆଜି ସୁଦ୍ଧା ୫ ହଜାରରୁ ଊଦ୍ଧ୍ୱର୍ ମାସ୍କ ଯୋଗାଇପାରିଛନ୍ତି। କିନ୍ତୁ ମାସ୍କ ତିଆରି ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆଥିକ ସହାୟତା କିମ୍ବା ବିକ୍ରି ପାଇଁ ବରାଦ ନଥିବାରୁ ମହିଳାମାନେ ନିଜେ ବ୍ଲକପ୍ରଶାସନର ସହାୟତାରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି।