ଭାରତରେ କରୋନାରେ ୧୨୩୮୦ ଆକ୍ରାନ୍ତ, ୪୧୪ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଏପ୍ରିଲ୍ ୧୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୩୮୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୧୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୪ ଜଣ, ଆସାମରେ ୧ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୩୨ ଜଣ, ଗୁଜରାଟରେ ୩୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୪ ଜଣ, ଝାଡ଼ଖଣ୍ଡରେ ୨ ଜଣ କର୍ଣ୍ଣାଟକରେ ୧୨ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୫୩ ଜଣ, ମହାରାଷ୍ଟ୍ରରେ ୧୮୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୩ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୧୪ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତ୍ତରପ୍ରଦେଶରେ ୧୧ ଜଣ ଏବଂ ପଶ୍ଚମବଙ୍ଗରେ ୭ ଜଣ।