ଇସଲାମାବାଦ: ସମଗ୍ର ବିଶ୍ୱରେ ଏବେ କରୋନାର ଭୟାବହତା ଜାରି ରହିଛି। ଏଭଳି ସ୍ଥିତିରେ ପ୍ରତ୍ୟେକ ଦେଶ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଏବେ ପାକିସ୍ତାନରେ କରୋନା ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଏହି ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ସାହାଯ୍ୟ ଲୋଡ଼ିଛନ୍ତି। ଭାରତକୁ ପାକିସ୍ତାନ ସେହି ହାଇଡ୍ରୋକ୍ଲୋରୋକୁଇନ୍ ମାଗିଛି ଯାହାକି ପୂର୍ବରୁ ଆମେରିକା ଓ ବ୍ରାଜିଲର ଆବଶ୍ୟକତା ଥିଲା। କୋରାନା ବିରୋଧରେ ଲଢ଼ିବା ପାଇଁ ହାଇଡ୍ରୋକ୍ଲୋରୋକୁଇନର ବିଶେଷ ଭୂମିକା ରହିଛି।