ଶ୍ରୀନଗର,ଏଜେନ୍ସି: ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲଂଘନ କରିଥିବା ବେଳେ ଏଥିରେ ୨ ଜଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ରାଜୌରୀର ମଞ୍ଜାକୋଟ ସେକ୍ଟରରେ ପାକିସ୍ତାନୀ ସେନା ତରଫରୁ ଗୁଳି କରାଯାଇଛି। ଏଥିରେ ୨ ଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଆହତମାନଙ୍କୁ ମନଜୋର କୋହଲିର ମଞ୍ଜାକୋଟସ୍ଥିତ ଏସଏଚଓରେ ଭର୍ତ୍ତି କରାଯାଇଛି।
ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପାକିସ୍ତାନୀ ସେନା ଭାରତକୁ ଲକ୍ଷ୍ୟ କରି ଗୁଳି କରିଛି। ଭାରତୀୟ ସେନାର ଯବାନମାନେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି।