ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ୍ ତରଫରୁ ଖାଦ୍ୟ ସାମଗ୍ରୀ ବଂଟନ ରାଜ୍ୟ By Nitidin On Apr 14, 2020 Share ଭୁବନେଶ୍ୱର, ଏନ୍ଏନ୍ଏସ୍ : ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫର ୁ ଆଜି ଅପରାହ୍ଣ ୪ଟା ସମୟରେ ଚିନ୍ତାମଣିଶ୍ୱର ଏରିଆରେ ଥିବା ବସ୍ତିରେ ଚାଉଳ, ଡ଼ାଲି, ଅଟା ଓ ଚୂଡ଼ା ପ୍ରଭୃତି ଖାଦ୍ୟ ସାମଗ୍ରୀ ଗରିବ ଶ୍ରେଣୀର ପାଖାପାଖି ୧୫୦ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା। ଏହି ଖାଦ୍ୟ ସାମଗ୍ରୀ ବଂଟନ କାର୍ଯ୍ୟକ୍ରମ ନନ୍ଦିଘୋଷ ଚ୍ୟାନେଲ ପକ୍ଷରୁ ବର୍ତମାନ ପରିସ୍ଥିତିକୁ ନେଇ ଗରିବ ଲୋକମାନଙ୍କର ସାହାର୍ଯ୍ୟାର୍ଥେ କରାଯାଉଛି। ଯେହେତୁ ବର୍ତମାନ ଲୋକମାନେ ଲକ୍ ଡାଉନ୍ ସମସ୍ୟାକୁ ନେଇ ତାଙ୍କର ଦୈନଦିନ କାର୍ଯ୍ୟ ଓ ରୋଜଗାର ପାଇଁ ବାହାରକୁ ଯାଇପାରୁ ନାହାଁନ୍ତି, ତେଣୁ ସେମାନଙ୍କର ଦୈନିକ ରୋଜଗାର ବନ୍ଦ ହୋଇଯାଇଛି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମକୁ ଚ୍ୟାନେଲ୍ ତରଫରୁ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅମେରେଶ ଜେନା( ବାଇଁଆ) ଓ ୧୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ସମୀର ପ୍ରଧାନ ଉପସ୍ଥିତ ରହି ଚ୍ୟାନେଲ କର୍ତୃପକ୍ଷଙ୍କୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚ୍ୟାନେଲର ସେଲ୍ସ ଓ ମାର୍କେଟିଂ ପରାମର୍ଶ ଦାତା ସୁବ୍ରତ ଦାସ, ବିଜ୍ଞାପନ ଏଜିଏମ୍ ପବିତ୍ର ବେହେରା, ମ୍ୟାନେଜର୍ ସତ୍ୟପ୍ରିୟ ମହାନ୍ତି, ତୋଫାନ ମହାପାତ୍ର, କିରଣ ରାଉତ ରାୟ, ଶୈଳେନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୂ ରୂପେ ତୁଲାଇଥିଲେ। Share