ରାୟଗଡ଼ା,ଏନ୍ଏନ୍ଏସ୍ : ମହାମରୀ କରୋନାର ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ସରକାର ଗୁରତ୍ୱ ଦେଉଥିବା ବେଳେ ସହର ଅପେକ୍ଷା ଗ୍ରାମାଚଂଳରେ ଏହାର ପ୍ରଭାବ ପଡ଼ିବାରେ ଦେଖିବାକୁ ମିଳିଛି । ସେପଟେ ସହରରେ ଏହାର ଖୋଲାଖୋଲି ଉଲଂଘନ ଦେଖିବାକୁ ମିଳିଛି । ସରକାରଙ୍କ ରାସନ ସହ ଭତା ନେବା ପାଇଁ ବିଭିନ୍ନ ସରକାରି ଦୋକାନ ଆଗରେ ଭିଡ଼ ଜମୁଥିବା ବେଳେ ଏଠାରୁ ଟିକେ ଭିନ୍ନ ଦୃଶ୍ୟ ଥିଲା । କତାପେଟା ଗାଁରେ ଥିବା ସରକାରୀ ଦୋକାନ ଆଗର ଦୃଶ୍ୟ ଏଠି ଗ୍ରାମବାସୀମାନେ ନିଜମଧ୍ୟରେ ଏକମିଟର ଦୁରତା ରକ୍ଷାକରି ଢ଼ୋଢ଼ୋ ଖରା ସତ୍ୱେ ଟିଆ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ନିଜ ମଧ୍ୟରେ ଲଢ଼େଇ କି ପିଡ଼ିଏସ ଚାଉଳ ନେବାପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିନଥିଲା । ହେଲେ ସବୁଠାରୁ ବଡ଼ କଥା ହେଲେ ଯଦିଓ ଲୋକେ ମାସ୍କ ଲଗାଇବା ପାଇଁ ସଚେତନ ରହିଛନ୍ତି କିନ୍ତୁ ମାସ୍କ ନମିଳିବା ଯୋଗୁଁ ବାହାରକୁ ବାହାରି ପାରୁନଥିବା କିଛି ଅଭିଯୋଗ କରିଛନ୍ତି ।