ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଲା

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ବମିଖାଲ ଅଂଚଳର ୩୫ବର୍ଷୀୟ ଯୁବକ ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଲା। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ୫୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୧୩ଜଣ, ଜଣେ ମୃତ୍ୟୁ ବରଣ କରିଛନ୍ତି ଅନ୍ୟ ୪୧ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ହେଲେ ଏହି ୪୧ ଜଣ ଚିକିତ୍ସିତଙ୍କ ଭିତରୁ ୩୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ନିର୍ଦ୍ଦେଶିକା ଶାଲୀନୀ ପଣ୍ଡିତ ସୂଚନା ଦେଇଥିଲେ। ସେ କହିଥିଲେ ୩୫ କରୋନା ସଂକ୍ରମିତଙ୍କ ଠାରେ କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ଆଉ ଦେଖାଯାଉ ନାହିଁ ବୋଲି ସୂଚନା ଦେଇଥିଲେ। କିନ୍ତୁ କିଛି ଲକ୍ଷଣ ନଥିଲେ ବି ପଜେଟିଭ୍ ମିଳିଥିବାରୁ ଆମେ ହସ୍ପିଟାଲ ଆଣିଥିଲୁ ବୋଲି ସେ କହିଥିଲେ। ସେମାନେ ସମସ୍ତେ ଏହି କିଛି ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି ବୋଲି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପକ୍ଷରୁ ସୂଚନା ମିଳିଛି।