ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶବାସୀଙ୍କୁ ସୁରକ୍ଷା, ଚିକିତ୍ସା ତଥା ଖାଦ୍ୟ ଯୋଗାଇବା ପାଇଁ ଉଭୟ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି। ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ଦୀପାଳି ଦାସ ଓଡି଼ଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ସେ କହିଛନ୍ତି କୋରାନର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତେ ସହଯୋଗର ହାତ ବଢାନ୍ତୁ। ନିଜର ଆୟରେ କିଛି ଅର୍ଥ ପ୍ରଦାନ କରି କୋଭିଡ-୧୯ ଲଢେଇର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।
ଏହାସହ ସେ ସମସ୍ତ ସ୍ୱାସ୍ଥ୍ୟ ବିଭାଗ, ପୁଲିସ ବିଭାଗ, ପୌର କର୍ମଚାରୀ, ସଫେଇ କର୍ମଚାରୀ ତଥା କରୋନା ଲଢେଇରେ ରାଜ୍ୟକୁ ରକ୍ଷା କରିବା ପାଇଁ ଯୋଦ୍ଧା ସାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଏହି କରୋନା ଯୋଦ୍ଧାମାନେ ଦିନରାତି ଏକ କରି ଲୋକଙ୍କ ସେବାରେ ଲାଗିଛନ୍ତି। ତେଣୁ ଏମାନଙ୍କୁ ସହଯୋଗ କରିବା ସହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ଘରେ ରହି କରୋନାକୁ ମିଳିମିଶି ହରାଇବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।