ଡିଜିଙ୍କ ରାଉରକେଲା ଗସ୍ତ : କରୋନା ପାଇଁ  ପ୍ରଶାସନର ତତ୍ପରତା

ରାଉରକେଲା,ଏନ୍ଏନ୍ଏସ୍ :  ରାଜ୍ୟ ପୋଲିସ ଡ଼ିଜି ଅଭୟ ଆଜି ରାଉରକେଲା ଗସ୍ତରେ  ଆସି ପହଂଚିଥିଲେ।  ଆଜି ସକାଳେ ହେଲିକେପ୍ଟର ଯୋଗେ ସେ ରାଉରକେଲାର ବିଭିନ୍ନ  ସଂକ୍ରମଣ ଅଂଚଳ ଗସ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପ୍ରତି ରାଜ୍ୟ ସମେତ ଜିଲ୍ଲାର ସ୍ଥିତି ନିରୀକ୍ଷଣ ଓ ସମୀକ୍ଷା କରିଥିଲେ।  ଲକ୍ ଡାଉନ ସମୟରେ ସହରର ବିଭିନ୍ନ ପୁଲିସ ଛାଉଣୀ ପରିଦର୍ଶନ ଓ ଅଧିକାରୀଙ୍କୁ ପରାମର୍ଶ ସେ ଦେଇଥିଲେ। ପରେ ସେ  ଜିଲ୍ଲାରେ ପ୍ରଥମ କରି ୨ଟି କେରାନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଶ୍ରା ବ୍ଲକ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ।

ପଶ୍ଚିମାଂଚଳ ଡିଆଇଜି କବିତା ଜଲାନ, ରାଉରକେଲଶ ଏପପି କେ. ଶିବା ସୁବ୍ରମଣି ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବିଶ୍ରା ବ୍ଲକର  କରୋନା ବ୍ୟବସ୍ଥା ଓ ଅଂଚଳ ୪୮ ଘଂଟା ପାଇଁ ହୋଇଥିବା ସଟଡାଉନ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଅପରାହ୍ନରେ  ରାଉରକେଲା ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଗଣମାଧ୍ୟମକୁ ସମସ୍ତ ସୂଚନା ପ୍ରଦାନ କରିଥିଲେ। ମହାମାରୀ କରୋନା ଦାୟରୁ ଦେଶ ସମେତ ରାଜ୍ୟ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଲୋକଙ୍କ ନିକଟରେ ସତେନତା କରିବା ଲାଗି ସେ ପ୍ରକାଶ କରିଥିଲେ। ଓଡ଼ିଶା- ସୀମାବର୍ତୀ ଅଂଚଳରେ ଯାଂଚ ସ୍ଥିତି ସହ  ସଂଗରୋଧ କକ୍ଷଗୁଡ଼ିକର ବ୍ୟବସ୍ଥା ବୁଲି ଦେଖିଥିଲେ।