ଦିଲ୍ଲୀରେ ଅନୁଭୁତ ହେଲା ଭୂମିକମ୍ପ, ରିକ୍ଟର ସ୍କେଲ୍‌ରେ ସାନ୍ଦ୍ରତା ୩.୫

ଭୁବନେଶ୍ବର,ଏନ୍ଏନ୍ଏସ୍: ସଂଧ୍ୟା ୫ଟା ୪୫ରେ ଦିଲ୍ଲୀରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଭୂମିକମ୍ପର ସାନ୍ଦ୍ରତା ରିକ୍ଟର ସ୍କେଲ୍‌ରେ ୩.୫ ଥିଲା ବୋଲି ଜଣାପଡ଼ିଛି।

ଭୂମିକମ୍ପର କେନ୍ଦ୍ର ସ୍ଥଳୀ ଦିଲ୍ଲୀ ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳ ଥିବା ବେଳେ ଦିଲ୍ଲୀର ଉତ୍ତର କେନ୍ଦ୍ରର ୮ କମି ଗଭୀରତାରେ ଏହା କେନ୍ଦ୍ରୀଭୂତ ହୋଇଥିଲା ବୋଲି ନେସ୍‌ନାଲ୍‌ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସର ଡିଜି ପ୍ରକାଶ କରିଛନ୍ତି।

ଲୋକେ ଭୟରେ ଘରୁ ବାହାରି ଆସିଥିଲେ। ତେବେ କ୍ଷୟକ୍ଷତି ସମ୍ପର୍କରେ କୌଣସି ବିବରଣୀ ମିଳିନାହିଁ । ଭୂମିକମ୍ପ ଅନୁଭୁତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏକ ଟ୍ଵିଟ୍‌ ମାଧ୍ୟମରେ ସମସ୍ତେ ଭଲରେ ଥିବା ନେଇ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।