ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଜହ୍ନେଇପଶି ଗ୍ରାମର ନାଳ ନିକଟ ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଶନିବାର ତୁରୁମୁଙ୍ଗା ପୁଲିସ ଉଦ୍ଧାର କରିଛି। ମୃତ ମହିଳା ବାଲାଣିପଶି ଗ୍ରାମର ଲୋକନାଥଙ୍କ ପତ୍ନୀ ଉଷାରଣୀ ମହାନ୍ତ। କିଛି ଲୋକ ଜଙ୍ଗଲକୁ ଯାଉଥିବା ସମୟରେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ।
ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ପରିବାର ପକ୍ଷରୁ ଉଷାରାଣୀଙ୍କ ଭାଇ ସୁଶାନ୍ତ ମହାନ୍ତ ତାଙ୍କ ଭଉଣୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ପରେ ପୁଲିସ ଘଟଣାର ତଦଣ୍ତ କରି ଅଭିଯୁକ୍ତ ସ୍ୱାମୀ ବଲାଣିପଶି ଗ୍ରାମର କପିଳେନ୍ଦ୍ର ମହାନ୍ତଙ୍କ ପୁଅ ଲୋକନାଥ ମହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ଲୋକନାଥ ୨୦୧୨ ମସିହାରେ ଉଷାରାଣୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ତେବେ ଉଷାରାଣୀଙ୍କୁ ତାଙ୍କ ସ୍ୱାମୀ ଲୋକନାଥ ଯୌତୁକ ଅନୁସାରେ ମୋଟର ସାଇକେଲ ଓ ଏକ ଲକ୍ଷ ଟଙ୍କା ଦାବି କରି ଆସୁଥିବା ମୃତ ଉଷାରାଣୀଙ୍କ ଭାଇ ସୁଶାନ୍ତ ଅଭିଯୋଗ କରିବା ପରେ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ଥାନା ରେ ୩୭/୨୦ ରେ ଏକ ମାମଲା ରୁଜୁ ହୋଇଛି।