ଇଷ୍ଟର ଦିବସର ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ, ସଫଳତା ସହ କରୋନାକୁ ମାତ ଦେବା ପାଇଁ କଲେ କାମନା ଦେଶ- ବିଦେଶ By Nitidin On Apr 12, 2020 Share ଭୁବନେଶ୍ବର,ଏନ୍ଏନ୍ଏସ୍: ଇଷ୍ଟର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜ ଟ୍ବିଟରରେ ଟ୍ୱିଟ୍ କରି ଇଷ୍ଟରର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା | ପ୍ରଭୁ ଖ୍ରୀଷ୍ଟଙ୍କ ଉତ୍ତମ ଚିନ୍ତାଧାରାକୁ ଆମେ ମନେ ରଖିଥାଉ, ବିଶେଷକରି ଗରିବ ଏବଂ ଅଭାବୀ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଇଷ୍ଟର ଆମକୁ କୋଭିଡ-୧୯ର ମୁକାବିଲା କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତା ଦେଇଛନ୍ତି। ଇଷ୍ଟର ଇସାଇମାନଙ୍କର ପର୍ବ ଅଟେ। ଏହାକୁ ମନାଇବା ପାଇଁ ଅନେକ ଦିନ ପୂର୍ବରୁ ହିଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଥାନ୍ତି। ଏହି ଫେଷ୍ଟିଭାଲ ଗୁଡ ଫ୍ରାଇ ଡେ’ର ୨ ଦିନ ଅର୍ଥାତ୍ ରବିବାରଦିନ ମନାଯାଇଥାଏ। ଏହି ଦିନକୁ ଖଜୁର ରବିବାର ନାମରେ ମଧ୍ୟ ନାମିତ କରାଯାଇଥାଏ। ଇଷ୍ଟର ଦିନର ବହୁତ ମହତ୍ଵ ଅଛି। ଈସାଈ ଧାର୍ମିକ ଗ୍ରନ୍ଥ ଅନୁସାର ପ୍ରଭୁ ଯୀଶୁଙ୍କୁ ଶୂଳୀ ଉପରେ ଚଢାଇବା ପରେ ତୃତୀୟ ଦିନ ଯୀଶୁ ଉଠିଥିଲେ। ଏହି ଖୁସିରେ ଏହି ଦିନକୁ ପର୍ବ ରୂପରେ ମନାଯାଇଥାଏ। ଇଷ୍ଟର ଦିନ ଲୋକମାନେ ଚର୍ଚ୍ଚ ଯାଇକରି ମହମବତୀ ଜଳାଇଥାନ୍ତି। ଏହି ପର୍ବ ଇଷ୍ଟର ୪୦ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ଗୁଡ ଫ୍ରାଇଡେ ରବିବାରଦିନ ସମାପ୍ତ ହୋଇଥାଏ। Share