୩୫ ଜଣଙ୍କ ଠାରେ କରୋନା ଲକ୍ଷଣ ନାହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସୂଚନା। ୩୫ଜଣଙ୍କ ଠାରେ କରୋନା ଲକ୍ଷଣ ନାହିଁ ବୋଲି କହିଛନ୍ତି। ପୂର୍ବରୁ ପ୍ରଥମେ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଗତକାଲି ୧୦ ଜଣ ସୁସ୍ଥ ହୋଇଥିଲେ ବୋଲି ସୂଚନା ଦେଇଥିଲେ। ଆଜି ଏହି ୧୦ଜଣଙ୍କୁ ଡିସଜାର୍ଜ କରାଯାଇଛି। ବାକି ରହିଥିବା ଅନ୍ୟ ୩୭ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ କୌଣସି ଲକ୍ଷଣ ଆଉ ଦେଖାଯାଉ ନାହିଁ। କେବଳ ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ୩୫ଜଣଙ୍କୁ ହସ୍ପିଟାଲ କେୟାର ଦରକାର ନାହିଁ ବୋଲି କହିଛନ୍ତି।

ଏହି ୩୫ କରୋନା ସଂକ୍ରମିତଙ୍କ ଠାରେ କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ଆଉ ଦେଖାଯାଉ ନାହିଁ ବୋଲି ସୂଚନା ଦେଇଛନ୍ତି। କିନ୍ତୁ କିଛି ଲକ୍ଷଣ ନଥିଲେ ବି ପଜେଟିଭ୍ ମିଳିଥିବାରୁ ଆମେ ହସ୍ପିଟାଲ ଆଣିଥିଲୁ ବୋଲି ସେ କହିଛନ୍ତି। ସେମାନେ ସମସ୍ତେ ଏହି କିଛି ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି ବୋଲି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୫୦ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣେ ମୃତ୍ୟୁ ବରଣ କରିଛନ୍ତି। ୩୭ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।