ଲକଡାଉନ ସମୟରେ ନନ୍ଦିଘୋଷ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ରାଜ୍ୟ By Nitidin Last updated Apr 11, 2020 Share ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା ମହାମାରୀ ମୁକାବିଲା ପାଇଁ ସାରା ଦେଶ ଲଢେଇ କରୁଥିବା ବେଳେ ଏଥିରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ଗୁଡିକ ସହଯୋଗର ହାତ ବଢାଇଛନ୍ତି। ଏହି ସମୟରେ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବାବେଳେ ଅନେକ ଲୋକ ରୋଜଗାର ପନ୍ଥା ହରାଇ ଖାଦ୍ୟ ଅଭାବରୁ ହିନସ୍ତା ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ନନ୍ଦିଘୋଷ ଓଡ଼ିଆ ନ୍ୟୁଜ୍ ଚାନେଲ ତରଫରୁ ଭରତପୁର ଅଞ୍ଚଳରେ ଡାଲି, ଚାଉଳ ଓ ଅଟା ପ୍ୟାକେଟ ପ୍ରାୟ ୨୦୦ ବ୍ୟକ୍ତିଙ୍କୁ ବଣ୍ଟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନନ୍ଧିଘୋଷ ଚ୍ୟାନେଲ ତରଫରୁ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର ଓ ସିଓଓ ଯବର ସିଂ ଏବଂ ଅନ୍ୟାନ କର୍ମକର୍ତ୍ତା ଖାଦ୍ୟ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ଲକଡାଉନ ଏପ୍ରିଲ ୩୦ ପର୍ଯ୍ୟନ୍ତ ଘୁଞ୍ଚି ଯାଇଥିବାରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ, ତେଣୁ ଏହିପରି କାର୍ୟ୍ଯକ୍ରମ ଆଗକୁ ଜାରି ରହିବ ବୋଲି ଚ୍ୟାନେଲର ମୁଖପାତ୍ର କହିଛନ୍ତି। Share