ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଲକଡାଉନ ଜାରି କରି ଲୋକଙ୍କୁ ଘରେ ରହିବା ସହ ସାମଜିକ ଦୂତତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ସତ୍ୱେ ଝାରସୁଗୁଡା ଜିଲ୍ଲା କଂଟାପାଲି ପଚାଂୟତର ଲହଣ୍ଡାବୁଡ, ଗଂଚିଆ ବୁଡ ଅଚଂଳରେ ଥିବା ଇବନଦୀ କୂଳରେ ୧୦ରୁ ଅଧିକ ବେଆଇନ ମାଟି ଇଟାଭାଟି କରି କିଛି ଲୋକ ଶ୍ରମିକମାନଙ୍କୁ ଇଟା ତିଆରି, ମାଟି ଖୋଲା ଆଦି କାର୍ଯ୍ୟରେ ନିୟୋଜିତ କରିଛନ୍ତି । ସକାଳେ ପୁଲିସ ଭୟ ଥିବାରୁ ଭାଟି ମାଲିକମାନେ ରାତିରେ ଇଟା ପ୍ରସ୍ତୁତି ଓ ବିକ୍ରି କାମରେ ଶ୍ରମିକମାନଙ୍କୁ ଲଗାଇଛନ୍ତି ।
ଏହି ବିଷୟରେ ଉଚ୍ଚ ପୋଲିସ ଅଧିକାରୀ, ଶ୍ରମବିଭାଗ, ତହସିଲଦାରଙ୍କୁ ଅବଗତ କରାଯିବା ପରେ ଉପ- ଜିଲ୍ଳପାଳ ଶିବ କୁମାର ଟପୋ , ତହସିଲଦାର ଝାରସୁଗୁଡା ଦିଲ୍ଲିପ କୁମାର ପ୍ରଧାନ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରି ଥିଲେ। ହେଲେ କୌଣସି ସୁତ୍ରରୁ ଭାଟି ମାଲିକମାନେ ପ୍ରଶାସନିକ ଅଧିକାରୀଙ୍କ ଚଢାଉ ଖବର ପାଇ କାମ କରୁଥିବା ଶ୍ରମିକମାନଙ୍କୁ ସେଠାରୁ ପଳାୟନ କରିବା ପାଇଁ କହିଥିଲେ। ତେଣୁ ପ୍ରଶାସନିକ ଅଧିକାରୀମାନେ ସେଠାରେ ବେଆଇନ ଇଟାଭଟା ଦେଖି ଥିଲେ ମଧ୍ୟ ସେଠାରେ କାମ କରୁଥିବା ଶ୍ରମିକ ଅବା ମାଲିକମାନଙଅକୁ ଧରିବାରେ ବିଫଳ ହୋଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଏଠାରେ ନଜର ରଖାଯିବା ସହ ବେଆଇନ ଭାବରେ ମାଟି ଇଟା ତିଆରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।