ସଇନ୍ତଳା,ଏନ୍ଏନ୍ଏସ୍ : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ ଘୁନସର ପଂଚାୟତ ଦେଢେଲ ଗ୍ରାମରେ ତିନି ଜଣ ଲୋକଙ୍କୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି।
ମଳିଥିବା ସୂଚନା ଅନୁଯାୟୀ, ଦେଢେ଼ଲ ଗ୍ରାମର ଅଞ୍ଜନା ମାଝୀ ଓ କିଶୋର କୁମ୍ଭାର ଓ ଯୁବାମାଳ ଗ୍ରାମର ଜଣଙ୍କୁ ଭାଲୁ ଆକ୍ରମଣ କରିଛି। ସେମାନେ ସକାଳୁ ଉଠି ବାହାରକୁ ଯାଇଥିଲେ ହେଲେ ହଠାତ ଭାଲୁଟି ଆକ୍ରମଣ କରିଥିଲେ ଫଳରେ ଅତି ଗୁରୁତର ହୋଇ ଥିବାବେଳେ ଭାଳୁଟି ଆକ୍ରମଣ କରି ଫେରାର ମାରିଥିବା ବେଲେ ଗାଁ’ ଲୋକେ ଗୁରୁତର ମହିଳାକୁଂ ଉଦ୍ଧାର କରି ସଇଁନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମହିଳାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ତେବେ ବର୍ତ୍ତମାନ ସେହି ଅଂଚଳ ଭୟଭିତ ଅବସ୍ଥାରେ ଲୋକେ ଅଛନ୍ତି । ବନ ବିଭାଗକୁ ଖବର ପାଇବା ପରେ ସଇଁନ୍ତଲା ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି।