ଆଦିବାସୀ ଗାଁ’ରେ କରୋନା ଯୋଦ୍ଧା

ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡା ଜିଲ୍ଲାରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ମହାମାରୀ କରୋନା ସମ୍ପର୍କିର୍ତ ସଚେତନତା ବାର୍ତା ପ୍ରଦାନ କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୁଲି ଗ୍ରାମପଚାଂୟତ ସରପଂଚ ହର ପ୍ରସାଦ ହେପ୍ରକା । ଆଦିବାସୀଙ୍କ ମଧ୍ୟମରେ କରୋନା ଭୟାବହ ରୋଗ ପ୍ରତି ଲୋକଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ଗାାଁ’ଗାଁ’ ବୁଲି ଲୋକଙ୍କୁ ସଚେତନ କରୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରି ଟ୍ୱିଟ୍ କରି କରିଛନ୍ତି । ତୃଣମୂଳ ସ୍ତରର ଜଣେ ଜନପ୍ରତିନିଧିଙ୍କ ଏଭଳି ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ସାଧୁବାଦ ଜଣାଇଛନ୍ତି । ସାରା ବିଶ୍ୱବାସୀଙ୍କୁ ନିଜ କରାଳ ରୂପ ଦେଖାଇ ଆତଙ୍କିତ କରିଥିବା କରୋନା ଭୂତାଣୁ ଦେଶରେ ଅନୁରୂପ ଭୟାବହ ପରିସ୍ଥିତି ସୃଷ୍ଟି କରିସାରିଛି ।

ପ୍ରତିଷେଧକ ପଦକ୍ଷପ ସ୍ୱରୂପ ବାରମ୍ବାର ସାବୁନରେ ହାତ ଧୋଇବା ଏବଂ ଅନ୍ୟ ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ତାସହିତ ମାସ୍କ ପିନ୍ଧିବା ଇତ୍ୟାଦି ଗ୍ରାମାବୀସଙ୍କୁ ବୁଝାଉଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଗତ ମାର୍ଚ୍ଚ୨୪ ତାରିଖ ଦିନ ଜିଲ୍ଲାରେ ତାଲା ବନ୍ଦ ଘୋଷଣା କରାଯାଇଥିଲା ।  ତେବେ ଏ ନେଇ ଦୁର୍ଗମ ଗାଁ’ ଲୋକେ ଅବଗତ ହୋଇ ନଥିବାସ୍ଥଳେ କୁଲି ଗ୍ରାମପଂଚୟତ ସରପଂଚ ନିଜ ପଂଚାୟତର ଲୋକଙ୍କୁ ତାଲା ବନ୍ଦ ସମ୍ପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ କରୋନା ମହାମାରୀ ରୋଗରୁ ଗ୍ରାମବାସୀ କିପରି ରକ୍ଷା ପାଇବେ ସେ ନେଇ ତାଙ୍କ ଟିମ ସହିତ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରିବା ସେ ପ୍ରକାଶ କରିଛନ୍ତି ।