ଆଜିଠାରୁ ଭୁବନେଶ୍ବରରେ ଔଷଧର ହୋମ ଡେଲିଭରି ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଔଷଧର ହୋମ ଡେଲିଭରୀ ବ୍ୟବସ୍ଥା ଆରମ୍ଭ ହୋଇଛି। ଘରେ ବସି ଅର୍ଡର କଲେ ମିଳିବ ଔଷଧ। ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି। ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ। ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନ ସାମିଲ୍ କରାଯାଇଥିବା ଜଣାପଡିଛି। ଆଜି ଠାରୁ ଏହି ଔଷଧ ହୋମ ଡେଲିଭରୀ ସୁବିଧା ମିଳିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ‘କରୋନା’ରେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ୪୨ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏଥିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ଅଧିକ ରହିଛି। ତେବେ ଅନ୍‌ଲାଇନ୍‌ରେ ମଧ୍ୟ ଔଷଧ ମଗାଇବାରେ ବ୍ୟବସ୍ଥା ରହିଛି।