ସାମାଜିକ ଦୂରତାକୁ ଫୁ କରୁଛନ୍ତି ଗ୍ରାହକ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ସାମାଜିକ ଦୁରତ୍ୱ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ଓ ପୁଲିସର ବାରମ୍ବାର ସଚେତନ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୋକେ ସାମାଜିକ ଦୁରତା ବଜାୟ ନ ରଖି ଗହଳି କରୁଛନ୍ତି । ଏମିତି ଏକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଗୁମାଡେରାସ୍ଥିତ ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଦେଖିବାକୁ ମିଳିଛି। ଏଠାକୁ ବ୍ୟାଙ୍କ ସେବା ପାଇଁ ଆସୁଥିବା ଜନସାଧାରଣ ତଥା ଗ୍ରାହକମାନେ ସାମାଜିକ ଦୁରାତାକୁ ବଜାୟ ନ ରଖି ବହୁ ଲୋକ ଗୋଟିଏ ସ୍ଥାନରେ ଛିଡା ହେଉଛନ୍ତି । ଏନେଇ ଜିଲା ପ୍ରଶାସନ, ପୁଲିସ, ପୌର ପ୍ରଶାସନ ଓ ବ୍ୟାଙ୍କ କର୍ତୃପକ୍ଷ ବାରମ୍ବାର ଗ୍ରାହକଙ୍କୁ ସଚେତନତା କରୁଥିଲେ ହେଁ ଲୋକେ ଶୁଣିବାର ନାଁ ନେଉ ନାହାନ୍ତି ।

ତେବେ ଏନେଇ ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ପଚାରିବାରୁ ସେ କହିଛନ୍ତି ଦେଶର ବିପଦ ସମୟରେ ଆମେ ଲୋକଙ୍କୁ ଉପଯୁକ୍ତ ବ୍ୟାଙ୍କ ସେବା ଯୋଗାଇବାକୁ ପ୍ରୟାସ କରିବା ସହ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବା ପାଇଁ ବାରମ୍ବାର ଅନୁରୋଧ କରୁଛୁ । ହେଲେ ଗ୍ରାହକମାନେ ଏହାକୁ ପାଳନ କରୁ ନାହାନ୍ତି। ଅନ୍ୟପଟେ ଗ୍ରାହକମାନେ କହିଛନ୍ତି ବ୍ୟାଙ୍କଟି ଛୋଟିଆ ସ୍ଥାନରେ ରହିଛି । ତେଣୁ କମ ଲୋକ ଛିଡା ହେଲେ ମଧ୍ୟ ସ୍ଥାନଟି ଗହଳି ପରିକା ଲାଗୁଛି। ଏହାସହ ଲାଇନରେ ଲାଗିଲାଗି ଛିଡା ନହେଲେ ଲଇନ ମଝିରେ କିଛି ଲୋକ ପଶି ଆଗୁଆ ଟଙ୍କାନେବାର ଉଦ୍ୟମ କରୁଥିବାରୁ ସାମଜିକ ଦୂରତାକୁ ରକ୍ଷା ନ କରି ସେମାନେ ଲାଗି ଲାଗି ଛିଡା ହେବା ପାଇଁ ବାଧ୍ୟ ହେଉଛନ୍ତି ।