ଭାରତର ସହଯୋଗ ଆମ ପାଇଁ ହନୁମାନଙ୍କ ସଞ୍ଜୀବନି ସଦୃଶ- ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ଵରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା ଭୂତାଣୁ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟରେ ଭାରତ ଅଧିକ ପ୍ରଭାବିତ ଦେଶମାନଙ୍କୁ ନିଜର ସାହାଯ୍ୟ ଓ ସହଯୋଗ ଜାରି ରଖିଛି। ଆମେରିକା ପରେ ଆଜି ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଆଜି ହନୁମାନ ଜୟନ୍ତୀ ହୋଇଥିବାରୁ ହନୁମାନଙ୍କ ସଞ୍ଜୀବନି କଥାକୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ବୋଲସୋନାରୋ। ସେ କହିଛନ୍ତି ଯେ, ରାମାୟଣରେ ଯେପରି ପ୍ରଭୁ ଶ୍ରୀ ରାମଙ୍କ ଅନୁଜ ଲକ୍ଷ୍ମଣର ଜୀବନ ବଞ୍ଚଇବାକୁ ଯାଇ ହନୁମାନ ସଂଜୀବନି ଆଣିଥିଲେ ତଦନୁରୂପ ଭାରତର ସାହାଯ୍ୟ ଆମ ପାଇଁ ସଂଜୀବନି ସଦୃଶ ବୋଲି ସେ ଉଲ୍ଲେଖ କରିଛନ୍ତି।

ଭାରତ ଦୁଇ ଦିନ ପୂର୍ବରୁ ଲାଗିଥିବା ୧୨ ଟି ମେଡିସିନ୍ ରପ୍ତାନି ଉପରେ ନିଜର ପ୍ରତିବନ୍ଦକ ହଟାଇ ଦେଇଛି। ଚୀନରୁ ବ୍ୟାପିଥିବା ମାରାତ୍ମକ କୋରେନା ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୮୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟ ଘଟିଲାଣି। ଏହି ଭାଇରସ ଯୋଗୁଁ ୧୪ ଲକ୍ଷରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ପାଖାପାଖି ୩ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯ ଲକ୍ଷ ୯୮ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟମ ଧରଣର ଥିବା ବେଳେ ୪୭ ହଜାର ୮୯୦ ଜଣ ଗୁରୁତର ଅଛନ୍ତି ।

ବର୍ତ୍ତମାନ ପରିପ୍ରେକ୍ଷୀରେ ୨ପ ପ୍ରତିଶତ କରୋନା ରୋଗୀ ଭଲ ହେଉଛନ୍ତି। ମାତ୍ର ୬ ପ୍ରତିଶତ ଲୋକ ଭଲ ହେଉଛନ୍ତି। ଆମେରିକାରେ ସର୍ବାଧିକ ୪ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ଥିବାବେଳେ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।