କାଲି ରାଜ୍ୟ କ୍ୟାବିନେଟ୍ ବୈଠକ: ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୯ ତାରିଖ ଗୁରୁବାର ସକାଳେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। କରୋନା ଯୋଗୁଁ ତାଲାବନ୍ଦ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ୍ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବ ।

ପୂର୍ବରୁ ଏପରି ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇନାହିଁ । କୋଭିଡ୍‌-୧୯ ସଂକ୍ରମଣ ରୋକିବା ଦିଗରେ ଏହିି ବୈଠକ ଭିଡ଼ିଓ ଭିଡିଓ କନଫରେନ୍‌ସିଂ ଜରିଆରେ ହେବ । ତେବେ କ୍ୟାବିନେଟ୍ ଏଜେଣ୍ଡା ଏଯାଏଁ କୌଣସି ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯାଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ୍ ବୈଠକ ସକାଳ ୧୦ଟା ୪୫ରେ ହେବାର ସମ୍ଭାବନା ରହିଛି । ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା ଟେଲିଫୋନ୍ ଓ ଇ-ମେଲ୍ ଯୋଗେ ଜଣାଇଦିଆଯିବ ।