ୱାସିଂଟନ୍,ଏଜେନ୍ସି: କରୋନା ଭାଇରସ୍ କାରଣରୁ ଆମେରିକାରେ ସ୍ଥିତି ଦିନକୁ ଦିନ ଗମ୍ଭିର ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ସେ ଡବ୍ଲୁଏଚଓ ଉପରେ ଗମ୍ଭିର ଆରୋପ ଲଗାଇବା ସହ ଫଣ୍ଡିଙ୍ଗ ରୋକିବା ପାଇଁ କହିଛନ୍ତି। ଟ୍ରମ୍ପଙ୍କ କହିବା ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକାଠାରୁ ଅଧିକ ମାତ୍ରାରେ ଫଣ୍ଡିଂ ମିଳିଥାଏ।
ସେମାନେ ମୋର ଯାତ୍ରା ଉପରେ ପ୍ରତିବନ୍ଧ ଲଗାଇବା ସହିତ ସମାଲୋଚନା ଏବଂ ଅସହମତି ମଧ୍ୟ ପ୍ରଦାନ କରିଥିଲେ। ଏହାସହିତ ସେମାନେ ଆହୁରି ଅନେକ କ୍ଷେତ୍ରରେ ମଧ୍ଯ ଭୁଲ ଅଟନ୍ତି ଏବଂ ସେମାନେ ଅଧିକ ଚୀନକୈନ୍ଦ୍ରିକ ଲାଗନ୍ତି। ଆମେ ଡବ୍ଲୁଏଚଓ ଉପରେ ଖର୍ଚ୍ଚ କରୁଥିବା ରାଶି ଉପରେ ରୋକ ଲଗାଇବାକୁ ଯାଉଛୁ। ସୁଚନା ଅନୁଯାୟୀ ବର୍ତ୍ତମାନ୍ କରୋନା ଯୋଗୁଁ ଆମେରିକା ସବୁଠାରୁ ବେଶି ପ୍ରଭାବିତ ହୋଇଛି।