କଳାହାଣ୍ଡି,ଏନ୍ଏନ୍ଏସ୍: ରାଜ୍ୟରେ କରୋନାର ଆଶଙ୍କା ବଢ଼ିବାରେ ଲାଗିଛି। ପ୍ରଥମ, ଦ୍ୱିତୀୟ ଏମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଏବେ ୨୧ରେ ପହଞ୍ଚିଛି। ଗତକାଲି ଅର୍ଥାତ ଶନିବାର କଳାହାଣ୍ଡିରୁ ଜଣେ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ପରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି କାରୋନା ଆକ୍ରତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି।
ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ସହିତ ସେମାନଙ୍କର ରକ୍ତ ନମୂନା ଡାକ୍ତରୀ ପରୀକ୍ଷା ପାଇଁ ପଠା ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି କାରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତିଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲକୁ ପଠାଯାଇଛି।