ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା ରଥଯାତ୍ରାକୁ ମନା କରିଛି। ସେପଟେ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା। ତେବେ ଚଳିତ ବର୍ଷ ଯାତ୍ରା ବନ୍ଦ ହୋଉଥିବାରୁ ପ୍ରଭୁଙ୍କ ପାଞ୍ଚଦିନର ରଥଯାତ୍ରା ଦେଖିବାରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।
ଗତକାଲି ପ୍ରଶାସନ ଅନୁମତି ନଦେବା ପରେ ନେତ୍ର ଉତ୍ସବ ନୀତି ଓ ମରିଚକୁଣ୍ଡ ପାଣି ନିଲାମ ହୋଇନାହିଁ। ଲକ୍ ଡାଉନ୍ ବେଳେ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ପ୍ରତିବର୍ଷ ରୁକୁଣା ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଅଶୋକାଷ୍ଟମୀ ଦିନ ଲିଙ୍ଗରାଜଙ୍କ ରଥଟଣା ହୋଇଥାଏ।