ଦେବଗଡ ଜିଲ୍ଲାର ସୀମା ସିଲ 

ଦେବଗଡ,ଏନ୍ଏନ୍ଏସ୍ :  ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଥିବା ବେଳେ ଦେଶରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ  ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶ ଲକଡାଉନ ରହିଛି ।  ଜନ ସାଧାରଣ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ  ଜିଲ୍ଲା ମଧ୍ୟକୁ ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟରୁ ପ୍ରବେଶ କରୁଥିବା   ବିଭିନ୍ନ ଯାନ ବାହାନକୁ ଯାଚଂ କରାଯାଇ ସୀମା ମଧ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ ସେବାରେ ନିୟୋଜିତ ଯାନ ବାହାନକୁ ଛଡା ଯାଉଥିବା ବେଳେ ଅନ୍ୟ କୈାଣସି ଯାନବାହାନକୁ ଜିଲ୍ଲା ମଧ୍ୟକୁ  ପ୍ରବେଶ ଉପରେ କଟକଣା ଜାରି କରା ଯାଇଛି ।

ଦେବଗଡ ଜିଲ୍ଲାକୁ ସଂଯୋଗ କରୁଥିବା କଲିକତା –ମୁମ୍ବାଇ ଜାତୀୟ ରାଜପଥ ସଂଲଗ୍ନ  ପଡୋଶୀ  ସମ୍ବଲପୁର ,କେନ୍ଦୁଝର ଓ ଅନଗୁଳ ଜିଲ୍ଲା ,ରାଜ୍ୟ ରାଜପଥ ୧୦ ସୀମା ବର୍ତୀ ସୁନ୍ଦରଗଡ ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ସଂଲଗ୍ନ ସମ୍ବଲପୁର ଜିଲ୍ଲା ,ଅନଗୁଳ ଜିଲ୍ଲା ର ସୀମା ବର୍ତୀ ରାସ୍ତା ଗୁଡିକୁ ଗତକାଲି ମଧ୍ୟ ରାତ୍ରୀ ଠାରୁ ଜିଲ୍ଲା ପୁଲିସ ପକ୍ଷରୁ ସିଲ କରାଯାଇ ଉକ୍ତ ସୀମା ବର୍ତୀ ଅଂଚଳରେ ଗୋଟିଏ ସେକ୍ସନ ଲେଖାଏଁ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ଉପରେ କଡା ନଜର ରଖା ଯାଇଥିବା ଦେବଗଡ ଏସପି ରାହୁଲ ଜୈନ ପ୍ରକାଶ କରିଛନ୍ତି ।