ପାଟଣା,ଏନ୍ଏନ୍ଏସ୍ :କରୋନା ମହାମାରୀ ପାଇଁ ସାରା ରାଜ୍ୟ ଲକ ଡାଉନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାଟଣା ପଞ୍ଚାୟତ ସମିତି ପକ୍ଷରୁ ଗରିବ ଅସହାୟ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ସୋମବାର ଠାରୁ ଆରମ୍ଭ ହୋଇଛି ପ୍ରଥମେ ଦିନରେ ବ୍ଲକର ୯ ଟି ପଞ୍ଚାୟତରେ ୨୧୬ ଜଣ ଗରିବ ଅସହାୟମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଏସ,ଏଚ,ଜି ଗ୍ରୁପର ସଦସ୍ୟାଙ୍କ ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ବ୍ଲକର ଅନ୍ୟ ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପାଟଣା ବିଡ଼ିଓ । ପ୍ରଥମ ଦିନରେ ତୁରୁମୁଙ୍ଗା ପଞ୍ଚାୟତରେ ୬୨, ଖିରେଇଟାଙ୍ଗିରି ପଞ୍ଚାୟତରେ ୧୦. ମୁରୁସୁଆଁ ପଞ୍ଚାୟତରେ ୩୧, ଏରେଣ୍ଡେଇ ପଞ୍ଚାୟତରେ୨, ଚାଖୁଣ୍ଡା ପାଳ ପଞ୍ଚାୟତରେ ୨୧, ବଡ଼ ପାଟଣା ପଞ୍ଚାୟତରେ ୩୭, ବାଉଁଷୁଳି ପଞ୍ଚାୟତରେ୨୧, ବୁଢ଼ିକାପୁଡି ପଞ୍ଚାୟତରେ ୧୬ ଓ ଚେମେଣା ୧୬ ଜଣଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।