ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅନ୍ୟରାଜ୍ୟରୁ କାମ ପାଇଁ ଆସି ଓଡିଶାରେ ଅଟକ ଥିବା ପ୍ରାୟ ୨୦ ହଜାର ଶ୍ରମିକଙ୍କୁ ୨୫୦ କ୍ୟାମ୍ପରେ ରଖାଯାଇ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରଯାଇଛି । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ଯେକୌଣସି ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ୨୪ ଘଂଟିଆ ହେଲପ ଲାଇନ୍ ନଂ ୧୮୦୦୩୪୫୬୭୦୩ ଜାରୀ କରାଯାଇଛି । ସେମାନଙ୍କ ଧ୍ୟାନ ରଖିବାକୁ ଆମେ ପ୍ରତିବଦ୍ଧ ବୋଲି ରାଜ୍ୟ ଶ୍ରମ ବିଭାଗ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଛନ୍ତି ।