ନୂଆଦିଲ୍ଲୀ : କରୋନା ଭୁତାଣୁ ସଂକ୍ରମଣ ରୋଗୀଙ୍କ ଚିକିତ୍ସା କରୁଥିବା ମହାରାଷ୍ଟ୍ରର ସରକାରୀ ନାଇଡୁ ହସ୍ପିଟାଲର ଜଣେ ନର୍ସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନରେ କଥା ହୋଇଛନ୍ତି ଓ ତାଙ୍କର ଅତୁଳନୀୟ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ସେହି ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ମୋଦୀ ସେମାନଙ୍କର ସେବା ମନୋଭାବ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁନେ ମହାନଗରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ସେବିକା ଛାୟା ଜଗତାପଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଫୋନ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ଛାୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଙ୍ଗ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବାରେ ଲାଗିଛି।