ବିହାର ଯାଉଥିବା ୭୪ ଜଣଙ୍କୁ ଅଟକ ପରେ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ ଜିଲ୍ଲା By Nitidin On Mar 28, 2020 Share ଝାରସୁଗୁଡା,ଏନ୍ଏନ୍ଏସ୍: ଲକଡାଉନ ସମୟରେ ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ନିଜ ଘର ବିହାରକୁ ଫେରୁଥିବା ୭୪ ଜଣ ଲୋକଙ୍କୁ ବ୍ରଜରାଜନଗର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିଛକ ନିକଟରେ ଧରିଥିଲା। ସେମାନଙ୍କୁ ପ୍ରଥମେ ଥାନାକୁ ଆଣିବା ସହ ପରେ ସ୍ଥାନୀୟ ଗଣ୍ଡଘୋରାର ନୋଡାଲ ହାଇସ୍କୁଲରେ ଅଟକ ରଖିଥିଲା। ଶନିବାର ସକାଳେ ସେମାନଙ୍କୁ ସେ କାମ କରୁଥିବା ମାଲିକମାଙ୍କ ନିକଟକୁ ପଠାଇଛି। ଏଥିସହ ଲକଡାଉନ ଶେଷ ହେବା ଯାଏଁ ସେମନାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ବେଲପାହାଡ ଓ ବ୍ରଜରାଜନଗର ଅଞ୍ଚଳରେ ଏହି ଲୋକମାନେ ଡ୍ରାଇଭର, ହେଲପର ତଥା ଅନ୍ୟାନ୍ୟ କାମ କରୁଥିଲେ। କିନ୍ତୁ ଲକଡାଉନ ପାଇଁ ସବୁ ବନ୍ଦ ହେବାରୁ ସେମାନେ ଶୁକ୍ରବାର ସନ୍ଧ୍ୟାରେ ଏକ ଟ୍ରକରେ ନିଜ ଘର ବିହାରକୁ ଯାଉଥିଲେ। ଟ୍ରକଟି ଗାନ୍ଧିଛକ ନିକଟରେ ପୁଲିସ ହାବୁଡରେ ପଡିଥିଲା। ପୁଲିସର ପଚାରାଉଚୁରା କରିବା ସମୟରେ ଲକଡାଉନ ପାଇଁ କାମ ବନ୍ଦ ହୋଇଯାଇଥିବାରୁ ସେମାନେ ଘରକୁ ପଳାଉଥିବା କହିଥିଲେ। ତେବେ ଲକଡାଉନ ନିୟମ ଉଲଙ୍ଘନ କରି ଲୁଚିଛପି ଏକ ଟ୍ରକରେ ୭୪ ଜଣ ଯାଉଥିବାରୁ ପୁଲିସ ଟ୍ରକକୁ ଜବତ କରିବା ସହ ସମସ୍ତଙ୍କ ବିରୋଧରେ ଲକଡାଉନ ନିୟମ ଉଲଙ୍ଘନର ମାମଲା ରୁଜୁ କରିିଛି। Share