ୱାସିଂଟନ୍,ଏଜେନ୍ସି: କାରୋନା ଭାଇରସ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି। ଆମେରିକା ଏହି ମାମଲାରେ ଚୀନ ଆଉ ଇଟାଲୀକୁ ପଛରେ ପକାଇଦେଇଛି। ଆମେରିକାରେ କାରୋନା ଭାଇରସ ଆକ୍ରତଙ୍କ ସଂଖ୍ୟା ୮୨,୪୦୪ରେ ପହଁଚିଛି। ଗୁରୁବାର ଅମେରିକି ସମୟରେ ଏହି ସଂଖ୍ୟା ଗଣନା କରାଯାଇଛି। ରିପୋର୍ଟ ଅନୁଯାଇ ଆମେରିକା କାରୋନା ଭାଇରସ ମାମଲାରେ ଚୀନ ଏବଂ ଇଟାଲୀକୁ ପକାଇଛି। ଅର୍ଥାତ ଏହି ଦୁଇ ଦେଶର ଆକ୍ରାନ୍ତ ସଂଖ୍ୟାକୁ ଅତିକ୍ରମ କରି ଆମେରିକା ଆଗକୁ ଚାଲି ଯାଇଛି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତି ୫ ଘଣ୍ଟାରୁ ବି କମ ସମୟରେ ୧୦ ହଜାର କେସ ସାମ୍ନାକୁ ଆସୁଛି। ନ୍ୟୁୟର୍କରେ ୩୭,୮୦୨ କେସ ସାମ୍ନାକୁ ଆସିଛି, ଯାହାପରେ ଏହି ସହର କାରୋନା ଭାଇରସର କେନ୍ଦ୍ରବିନ୍ଦୁ ହୋଇଯାଇଛି। ନ୍ୟୁ ଜର୍ସିରେ ୬,୮୭୬ ଏବଂ କାଲିଫର୍ଣ୍ଣିଆରେ ୩,୮୦୨ ମାମଲା ସାମ୍ନାକୁ ଆସିଛି। ସାରା ଦେଶରେ କାରୋନା ଭାଇରସର ୫୨୬,୦୪୪ ମାମଲା ସାମ୍ନାକୁ ଆସଥିବାବେଳେ ଏହାଦ୍ୱାରା ୨୩,୭୦୯ ଜଣଙ୍କ ମୃତ୍ୟୁ ହୋଇସାରିଛି।