ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରାଦେଶରେ ୨୧ ଦିନ ଲକଡାଉନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଅପିଲ କରିଥିବା ବେଳେ ଏହାକୁ ନେଇ ଆଜି ମଧ୍ୟରାତ୍ରିରୁ ନିୟମ କଡ଼ାକଡ଼ି ହୋଇଛି। ତେବେ ପୂର୍ବପରି ରାସନ୍ ଦୋକନ, ପନିପରିବା ଦୋକାନ, ମାଛ ମାଂସ ଦୋକାନକୁ ବାଦ୍ ଦିଆଯାଇଥିବା ବେଳେ ଘରୋଇ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଶାସନ ପକ୍ଷରୁ କଡାକଡ଼ି ଭାବେ ଯାଞ୍ଚ ଚାଲୁଛି।
ତେବେ ବିନା ପାସରେ କେହି ଘରୁ ଗାଡ଼ି କାଢ଼ିଲେ ଗାଡ଼ିକୁ ଜବତ କରାଯାଉଥିବା ଦେଖାଯାଇଛି। ତାଲାବନ୍ଦ ସମୟରେ ଘରୁ ପଦାକୁ ନବାହାରିବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଗାଡିମୋଟର ଚେକିଂ। ରାସ୍ତାରେ ଅନେକ ସ୍ଥାନରେ ବ୍ୟାରିକେଡ୍ ତିଆରି କରିବା ସହ ପୋଲିସ ଲୋକଙ୍କ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।
ଏହା ସହିତ କରୋନା ମୁକାବିଲାରେ ଲୋକଙ୍କୁ ପଦାକୁ ନବାହାରିବାକୁ ଲୋକଙ୍କୁ ସଚେତନ କରୁଛି ପୁଲିସ। ତାଲାବନ୍ଦର ପ୍ରଥମ ଦିନରେ ରାଜଧାନୀ ଭୂବନେଶ୍ୱରରେ ବିଭିନ୍ନ ଛକରେ ଆରମ୍ଭ ହୋଇଛି ଜୋରଦାର ଚେକିଂ। ତାଲାବନ୍ଦ କଟକଣାକୁ ବେଖାତିର କରି ପଦାକୁ ବାହାରିଥିବା ଲୋକଙ୍କୁ ରାସ୍ତାରେ ଅଟକାଇ ପୁଲିସ ପଚରାଉଚୁରା କରିବା ସହ ଫେରାଇ ଦେଉଥିବା ଦେଖିବାକୁ ମିଳିଛି।