ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ କରିଛନ୍ତି ଦେଶବ୍ୟାପୀ ୨୧ ଦିନ ଲକ୍ ଡାଉନ୍ ଘୋଷଣାକୁ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ନବୀନ କହିଛନ୍ତି, ‘ଏହି ବିପଦ ସମୟରେ ସମସ୍ତେ ଏକାଠି ହେବା। କରୋନା ମୁକାବିଲା ଏହି ସମୟର ବଡ଼ ଆହ୍ଵାନ। କରୋନା ମୁକାବିଲା ଏହି ସମୟର ବଡ଼ ଆହ୍ଵାନ। କହି ରଖୁଛୁ ଯେ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତି ୧୨ଟା ଠାରୁ ଆରମ୍ଭ ହେବ ଲକ୍ ଡାଉନ୍। ଏପ୍ରିଲ ୧୫ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ।
ଜନତା କର୍ଫ୍ୟୁ ଠାରୁ କଟକଣା ଆହୁରି କଠୋର ହେବ ବୋଲି ମୋଦି କହିଛନ୍ତି। ୨୧ ଦିନ କଟକଣାରେ ନରହିଲେ, ଦେଶ ୨୧ ବର୍ଷ ପଛକୁ ଫେରିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନା ଆକ୍ରାନ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ଠାରେ ଆରମ୍ଭରେ କୌଣସି ଲକ୍ଷ୍ୟଣ ଦେଖାଯାଉ ନାହିଁ। ତେଣୁ କେବଳ ପ୍ରତିଶେଧ ମୂଳକ ପଦକ୍ଷେପ ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ। ଦେଶବାସୀ ଘରେ ରୁହନ୍ତୁ ବୋଲି ମୋଦି କହିଛନ୍ତି।
It is an extremely challenging race against time to stop #COVID19. As the pandemic is spreading across the world, it is time to be together as a nation at this hour of crisis and support the appeal of PM @narendramodi ji. #CoronavirusLockdown https://t.co/bVwBTx3xvL
— Naveen Patnaik (@Naveen_Odisha) March 24, 2020