ସକାଳ ୧୦ ରୁ ଦିନ ୨ଟା ବ୍ୟାଙ୍କ୍ ଖୋଲା

ଭୁବନେଶ୍ୱର,ଏନ୍ଏନ୍ଏସ୍ : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କ୍ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ୍ ୨ ଜଣରୁ କମ୍ ବା ୭ ଜଣରୁ ଅଧିକ ଷ୍ଟାଫ୍ ନିୟୋଜିତ କରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।