ନୂଆଦିଲ୍ଲୀ : ମହାମାରୀ କରୋନାର ମୁକାବିଲା କରିବା ପାଇଁ ଭାରତ ସରକାର ପ୍ରଥମେ ଟ୍ରେନ୍ ସେବା ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବା ପରେ ଆସନ୍ତାକାଲି ରାତିଠୁ ବନ୍ଦ ରହିବ ସମସ୍ତ ଘରୋଇ ବିମାନସେବା । ଆସନ୍ତାକାଲି ମଧ୍ୟ ରାତ୍ରରୁ ଦେଶରେ ଘରୋଇ ବିମାନ ସେବା ବନ୍ଦ ରଖିବା ନିଷ୍ପତ୍ତି ନିଆଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟ ରାତ୍ରରୁ ଦେଶର ସମସ୍ତ ଘରୋଇ ବିମାନ ସେବା ବନ୍ଦ ରହିବ ଏଣୁ ସମସ୍ତ ବିମାନ କମ୍ପାନୀମାନଙ୍କୁ ସୂଚନା ଦିଆଯାଇଛି ।
ସେମାନେ ମଙ୍ଗଳବାର ରାତ୍ର ୧୨ ଟା ପୂର୍ବରୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତୁ । କାରଣ ମଙ୍ଗଳବାର ମଧ୍ୟ ରାତ୍ର ପରେ ଆଉ କୌଣସି ଘରୋଇ ବିମାନ ଉଡାଣ କରିପାରିବ ନାହିଁ । କେବଳ ମାଲବାହୀ ବିମାନ ଗୁଡିକ ପୂର୍ବଭଳି ଉଡାଣ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ