କରୋନାରେ ସାମିଲ ଥିବା ଲୋକଙ୍କୁ ଘଣ୍ଟି, ଥାଳି ଓ ତାଳି ମାରି ଉତ୍ସାହିତ କଲେ ଜନତା

କରୋନା ଯୁଦ୍ଧରେ ଆଜି ସାରା ଦେଶ ସାମିଲ ହୋଇଛି। ଏ ନେଇ ସାରା ଦେଶବାସୀ ଘଣ୍ଟ, ଶଙ୍ଖ, କରତାଳି ଓ ହୁଳହୁଳି ପକାଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। କରୋନା ଯୁଦ୍ଧରେ ନିଜ ଜୀବନଙ୍କୁ ବାଜିରେ ଲଗାଇ ସାଧାରଣ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି ସଜାଗ ଜନତା। ସାରା ଭାରତ ବର୍ଷ ଆଜି ଏକତ୍ରିତ ହୋଇ ସନ୍ଧ୍ୟା ୫ ଟାରୁ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁ ପାଳନ କରିବା ପାଇଁ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏଥି ସହ ଜନତା କର୍ଫ୍ୟୁ ସମୟରେ ସାରାଦିନ ଘରେ ରହିବେ କିନ୍ତୁ ସନ୍ଧ୍ୟା ୫ଟାରେ ସମସ୍ତେ ଘରୁ ବାହାରି କରୋନା ଯୁଦ୍ଧରେ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ, ମିଡିଆ, ସଫେଇ କର୍ମଚାରୀ ଓ ଅଗ୍ନିଶମ ବାହିନୀକୁ ଉତ୍ସାହିତ କରିବା ପାଇଁ। ଯାହାକୁ ପାଳନ କରିଛନ୍ତି ସାରା ଦେଶବାସୀ ନେତା ମନ୍ତ୍ରୀଙ୍କଠୁ ଆରମ୍ଭ କରି ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ମାନିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡିଶାର ଜନତା ମଧ୍ୟ ସମର୍ଥନ ଜଣାଇଛନ୍ତି। ଏ ନେଇ ଆଜି ଦେବଗଡ଼ ଜିଲ୍ଲାର ସାହରଠାରୁ ଗ୍ରାମାଞ୍ଚଳ ଯାଏଁ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ ସାରା ଜିଲ୍ଲା ଶୂନଶାନ ହୋଇପଡିଥିବା ବେଳେ ଜନ ସାଧାରଣ ନିଜକୁ ଘର ମଧ୍ୟରେ ଆବଦ୍ଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ସନ୍ଧ୍ୟା ଠିକ ୫ଟା ସମୟରେ ସମସ୍ତ ଜନ ସାଧାରଣ ନିଜ ନିଜ ଘର ସମୁଖ, ଛାତ ଓ ବାଲକୋନୀ ଉପରେ ଛିଡା ହୋଈ ଘଣ୍ଟ, ଘଣ୍ଟି, ଶଙ୍ଖ, ଏପରି କି ହାତରେ ତାଳି ବଜାଇ କରୋନା ସଂକ୍ରମଣ ରୋକିବାରେ ସାମିଲ ଦେଶ ବାସୀଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏଥିସହ ଭଦ୍ରକ, ଯାଜପୁର, ଅନୁଗୁଳ, କେନ୍ଦ୍ରାପଡା ସମେତ ଓଡିଶାର ସମସ୍ତ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।