କରୋନା ସହ ଲଢିବା ପାଇଁ ଦେଶବାସୀଙ୍କ ଯୁଦ୍ଧ ଆରମ୍ଭ, ସକାଳ ୭ରୁ ରାତି ୯ ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଜାରି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସହ ଲଢିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଦେଶବାସୀ ସଫଳ କରିଛନ୍ତି। ଏ ନେଇ ସକାଳ ୭ଟାରୁ ରାତି ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି ରହିବ। ଏହାର ପ୍ରଭାବରେ ରାତି ୯ଟା ଯାଏଁ ଦୋକାନ, ବଜାର, ଯାନବାହାନ ଚଳାଚଳ ସବୁ କିଛି ବନ୍ଦ ରହିବ। ଜନାତା କର୍ଫ୍ୟୁ ମାଧ୍ୟମରେ କରୋନା ମହାମାରୀର ଚେନ୍‌ ଭାଙ୍ଗିବାକୁ ପ୍ରସ୍ତୁତ ହୋଇଛନ୍ତି ଦେଶବାସୀ। ମୋଦିଙ୍କ ଏହି ବଡ ଆହ୍ୱାନର ସାଥ୍‌ ଦେଉଛନ୍ତି ଜନତା। ଜନତା କର୍ଫ୍ୟୁରେ ନିଜ ଘରେ ବନ୍ଦ ରହି ସୁରକ୍ଷିତ ରୁହନ୍ତୁ ଏବଂ ସଂକ୍ରମଣକୁ ବ୍ୟାପିବାକୁ ନ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଜନତା କର୍ଫ୍ୟୁ ମାଧ୍ୟମରେ ଆମେ ୧୪ ଘଣ୍ଟା ନିଜ ଘରେ ବନ୍ଦ ରହି କୋରୋନା ଭାଇରସ୍‌ ଚେନକୁ ଭାଙ୍ଗିପାରିବା। ପରୁମାଣୁ ବୋମା ଚେନ୍‌ ଯେପରି ରିଆକ୍ସନରେ ଆକ୍ଟିଭ୍‌ ହୁଏ ସେହିପରି କରୋନା ଭାଇରସ ମଧ୍ୟ ଚେନ୍‌ ସୃଷ୍ଟି କରି ସାରା ବିଶ୍ୱକୁ ଆୟତ୍ତ କରିବାରେ ଲାଗିଛି। କିନ୍ତୁ ଆଜି ଜନତା କର୍ଫ୍ୟୁ ମାଧ୍ୟମରେ ଆମେ ଏହି ଚେନ୍‌କୁ ଭାଙ୍ଗିବାରେ ସଫଳ ହୋଇପାରିବା।

ବିଶ୍ୱର ୧୮୬ ଦେଶ କୋରୋନା ଭାଇରସ୍‌ର କବ୍ଜାରେ। ଏହି ଭୟଙ୍କର ଭୂତାଣୁର ଭାରତରେ ମଧ୍ୟ ଦ୍ରୁତଗତିରେ ଢିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଏବଂ ସବୁ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦିଲ୍ଲୀ, ମୁମ୍ବାଇ, କୋଲକତା, ନୋଏଡା, ଲକ୍ଷ୍ନୌ, ବେଙ୍ଗାଲୁରୁ ସହିତ ଅନ୍ୟ ବଡ଼ ବଡ଼ ସହରର ମଲ୍‌ ଓ ପର୍ଯ୍ୟଟନ ସ୍ଥଳ କିଛି ଦିନ ପୂର୍ବରୁ ହିଁ ବନ୍ଦ ହୋଇଯାଇଛି।