ନିର୍ଭୟା ଗଣଦୁଷ୍କର୍ମ ପରଠାରୁ ଆଜି ପର୍ଯ୍ୟନ୍ତର କାହାଣି କିଛି ଏମିତି ଥିଲା…

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୀର୍ଘ ୭ ବର୍ଷ ୩ ମାସ ୩ ଦିନ ପରେ ଆଜି ନ୍ୟାୟର ବିଜୟ ହୋଇଛି। ଦୋଷୀମାନଙ୍କର ସମସ୍ତ ପଇଁତରାକୁ ଧରାସାଇ କରି ତାଙ୍କୁ ଆଜି ମାର୍ଚ୍ଚ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯାଇଛି। ତେବେ ଆଜିର ଦିନରେ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି। ତେବେ ଶେଷରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ସେହି ଦିନର କଳା ରାତି କଥା ଆଜିବି ସମସ୍ତଙ୍କ ଛାତି ଥରାଇ ଦେଉଛି। ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷଣ ଘଟଣାରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ପରେ ଏହି ଘଟଣାଟି ସାରା ଦେଶକୁ ଦେହଲାଇ ଦେଇଥିଲା। ତେବେ ଚଳନ୍ତା ବସ୍‌ରେ ୬ଜଣ ନର ରାକ୍ଷାସ।

୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ୟାତନା ଦେଇଥିଲେ। ଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ। ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା। ଏହାପରେ ସାରା ଦେଶରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୁଲିସ ଘଟଣାର ଯାଞ୍ଚ କରି ୬ଜଣଙ୍କୁ ଗିରଫ କରିଥିଲେ।

ଆସନ୍ତୁ ଜାଣିବା ୭ବର୍ଷ ୩ମାସ ୩ଦିନର ସେହି ପ୍ରତିଟି ଘଟଣା ସମ୍ବନ୍ଧରେ :

-୨୦୧୩ରେ ତିହାର ଜେଲର ଫାଶୀ ଲଗାଇଥିଲା ଦୋଷୀ ରାମ ସିଂ। ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଥିଲା।

ଆସନ୍ତୁ ଜାଣିବା ୭ବର୍ଷ ୩ମାସ ୩ଦିନର ପ୍ରତିଟି ଘଟଣା:-
-୨୦୧୩, ଜାନୁଆରୀ ୩ । ଫାଷ୍ଟଟ୍ରାକ୍‌ କୋର୍ଟରେ ହତ୍ୟା, ଗଣଦୁଷ୍କର୍ମ, ଅପହରଣ, ଡକାୟତି ମାମଲାରେ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଦିଲ୍ଲୀ ପୁଲିସ।

-୨୦୧୩ ଜାନୁଆରୀ ୫ରୁ ୨୮। ଫାଷ୍ଟଟ୍ରାକ କୋର୍ଟରେ ଚାଲିଲା ନିର୍ଭୟା ମାମଲାର ଶୁଣାଣି। ଷଷ୍ଠ ଅଭିଯୁକ୍ତ ନାବାଳକ ବୋଲି ଘୋଷଣା କଲେ କୋର୍ଟ।

-ଫେବୃଆରୀ ୨-୨୮ ତାରିଖ। ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।

-ମାର୍ଚ୍ଚ ୧୧ ତାରଖ। ତିହାର ଜେଲରେ ଆତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ ସିଂ। ୨୦୧୩, ମାର୍ଚ୍ଚ ୨୧। ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ।

-ଅଗଷ୍ଟ ୨୨-୩୧। ଫାଷ୍ଟଟ୍ରାକ୍‌ କୋର୍ଟରେ ଅନ୍ତିମ ଶୁଶାଣି ଆରମ୍ଭ। ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡ ନାବାଳକ ଦୋଷୀକୁ ତିନି ବର୍ଷ ଦଣ୍ଡାଦେଶ ଶୁଣାଇଲେ।

-୨୦୧୩, ସେପ୍ଟେମ୍ବର ୧୦। ସେସନ୍ସ କୋର୍ଟ ବିନୟ, ଅକ୍ଷୟ, ମୁକେଶ, ପଓ୍ଵନ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ।

ସେପ୍ଟେମ୍ବର ୧୩। ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଫାଷ୍ଟ ଟ୍ରାକ୍‌ କୋର୍ଟ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିଲା। ନିୟମିତ ଚାଲିଲା ମାମଲାର ଶୁଣାଣି।

-୨୦୧୪, ମାର୍ଚ୍ଚ ୧୩। ଚାରି ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ ଦିଲ୍ଲୀ ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାଙ୍କ ଦୋଷୀ।

-୨୦୧୬, ଏପ୍ରିଲ ୩। ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣି।

-୨୦୧୭, ମାର୍ଚ୍ଚ ୨୭। ପ୍ରାୟ ବର୍ଷ ଧରି ଶୁଣାଣି ଚାଲିବା ପରେ ଫାଶୀ ଦଣ୍ଡାଦେଶକୁ କାଏମ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ଏହାପରେ ରିଭ୍ୟୁ ପିଟିସନ୍‌ ଦାଖଲ କଲେ ଦୋଷୀ।

-୨୦୧୮, ଜୁଲାଇ ୯। ପଓ୍ଵନ, ମୁକେଶ ଓ ବିନୟର ରିଭ୍ୟୁ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ।

-୨୦୧୮, ଡିସେମ୍ବର ୧୩। ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ତ୍ୱରାନ୍ଵିତ କରିବା ପାଇଁ ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନିର୍ଭୟାଙ୍କ ମାଆ।

-୨୦୧୯, ଅକ୍ଟୋବର ୨୯। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ସାତ ଦିନ ସମୟ ଦେଲେ ତିହାର ଜେଲ କର୍ତ୍ତୃପକ୍ଷ।

-ନଭେମ୍ବର ୮। ରାଜକ୍ଷମା ଆବେଦନ କରିଥିଲା ଦୋଷୀ ବିନୟ ଶର୍ମା। ଡିସେମ୍ବର ୧୦ରେ ରାଜକ୍ଷମା ଆବେଦନ କରିଥିଲା ଅକ୍ଷୟ।

-ଡିସେମ୍ବର ୧୮, ୨୦୧୯। ଅକ୍ଷୟର ରିଭ୍ୟୁ ପିଟିସନ୍‌ ଖାରଜ କରିଥିଲେ ସୁପ୍ରିମକୋର୍ଟ।

-୨୦୨୦, ଜାନୁଆରୀ ୮। ୨୨ ଜାନୁଆରୀ ସକାଳ ୭ଟାରେ ଫାଶୀ ଦେବାକୁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ।

ପରେ ସମସ୍ତ ଦୋଷୀ ରିଭ୍ୟୁ, କ୍ୟୁରେଟିଭ୍‌ ଓ ରାଜକ୍ଷମା ଆବେଦନ କରିଥିଲେ। ଫାଶୀ ଟଳିଥିଲା।

-୨୦୨୦, ଫେବ୍ରୁଆରୀ ୧୭। ଜାରି ହୋଇଥିଲା ନୂଆ ଡେଥ୍‌ ଓ୍ଵାରେଣ୍ଟ। ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବାକୁ ଧାର୍ୟ୍ୟ ହୋଇଥିଲା ଦିନ।

-୨୦୨୦, ମାର୍ଚ୍ଚ ୨ ତାରିଖରେ ପଓ୍ଵନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହୋଇଥିଲା। ପରେ ମାର୍ଚ୍ଚ ୫ ତାରିଖରେ ପଓ୍ଵନର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି।

ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ଜାରି ହୋଇଥିଲା ତୃତୀୟ ଡେଥ୍‌ ଓ୍ଵାରେଣ୍ଟ। ମାର୍ଚ୍ଚ ୨୦ ସକାଳ ସାଢ଼େ ୫ଟାରେ ଫାଶୀ ଦେବାକୁ ଧାର୍ୟ୍ୟ ହୋଇଥିଲା ଦିନ ଓ ସମୟ।

-ମାର୍ଚ୍ଚ ୧୦-୧୮। ନିର୍ଭୟାଙ୍କ ଚାରି ଦୋଷୀ ଇଣ୍ଟରନ୍ୟାସନାଲ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁକେଶ ଓ ପଓ୍ଵନ ପୁଣି ଥରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ। ଶେଷ ଚାଲ୍‌ ବି ବିଫଳ ହେଲା।

-ମାର୍ଚ୍ଚ ୨୦। ନିର୍ଭୟାଙ୍କୁ ମିଳିଲା ନ୍ୟାୟ। ଚାରି ଦୋଷୀଙ୍କୁ ମିଳିଲା ଫାଶୀ। ବିଫଳ ହେଲା ସବୁ ଚାଲ୍।