ପୁରୀ,ଏନ୍ଏନ୍ଏସ୍ : ଆଜି ଥିଲା ଚୈତ୍ର କୃଷ୍ଣ ଏକାଦଶୀ। ପରମ୍ପରା ଅନୁଯାୟୀ ରାତି ୮ଟାରେ ମନ୍ଦିର ଚୂଡାକୁ ଉଠିଥିଲା ମହାଦୀପ। ଚୂନରା ସେବାୟତ ମନ୍ଦିର ଉପରକୁ ଉଠି ମହାଦୀପ ଜାଳିଥିଲେ। ଚନ୍ଦ୍ର ଉଦିଆ ଜାଳି ଓହ୍ଲାଉଥିବା ବେଳେ ନୀଳଚକ୍ରରୁ ଲାଗିଥିବା ବାନାମାଳ ମଧ୍ୟରୁ ତଳବାନାରେ ଦୀପରୁ ନିଆଁ ଲାଗି ଯାଇଥିଲା। ହୁତୁହୁତୁ ହୋଇ ଜଳି ଉଠିଥିଲା ଏହି ବାନା। ବିଜୁଳି ବେଶରେ ଏହି ଖବର ବ୍ୟାପି ଯାଇଥିଲା। ସଂପ୍ରତି ସାରାବିଶ୍ୱ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିପଦାପନ୍ନ ହୋଇଥିବା ବେଳେ ଶ୍ରୀମନ୍ଦିରର ବାନାରେ ନିଆଁ ଲାଗିଯିବା ଏକ ଅଶୁଭ ସୂଚନା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।