କରୋନା ଭୟ: ଆଇସିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୩୧କୁ ସ୍ଥଗିତ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖାଯାଇଛି। ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ(ଆଇସିଏସଇ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାର୍ଚ୍ଚ ୧୯ରୁ ଅବଶିଷ୍ଟ ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ମାର୍ଚ୍ଚ ୩୧ ପରେ ପରିସ୍ଥିତିକୁ ଦେଖି ଆଇସିଏସଇ ଓ ଆଇଏସସି-୨୦୨୦ ପରୀକ୍ଷା କାର୍ୟ୍ୟସୂଚୀ ପୁନର୍ବାର ଧାର୍ୟ୍ୟ କରାଯିବ ବୋଲି କୁହାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଇସିଏସଇ ଏହାର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି। କରୋନା ସଂକ୍ରମଣ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଆଇସିଏସଇ ଓ ଅନ୍ୟସମସ୍ତ ଶିକ୍ଷାନୁଷ୍ଠାନକୁ ପରୀକ୍ଷା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଥିଲା।