ଚଣ୍ଡିଗଡ଼ରେ କୋରୋନାର ପ୍ରଥମ ପଜେଟିଭ୍‌ ରୋଗୀ ଚିହ୍ନଟ, ୧୬୯ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଭାରତରେ ନିଜର କାୟାର ବିସ୍ତାର କରୁଛି। ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ୧୬୯ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା। ଚଣ୍ଡିଗଡରେ ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ତେବେ ୧୬୯ରୁ ତିନି ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୧୬ ଜଣ ଭଲ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଆକ୍ଟିଭ୍‌ କେସ୍ ୧୫୦ ରହିଛି।

ମହାରାଷ୍ଟ୍ର ସର୍ବାଧିକ ୪୫ ରହିଥିବାବେଳେ ଆନ୍ଧ୍ରପ୍ରଦେଶର ଜଣେ, ଦିଲ୍ଲୀରେ ୧୦, ହରିୟାଣାରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୨୭, ପଞ୍ଜାବରେ ୨, ରାଜସ୍ଥାନରେ ୭, ତାମିଲନାଡୁରେ ଜଣେ , ତେଲେଙ୍ଗନାରେ ୧୩, ଜମ୍ମୁ କାଶ୍ମୀରରେ ୪, ଲଦାଖରେ ୮, ଉତ୍ତର ପ୍ରଦେଶରେ ୧୭, ଉତ୍ତରାଖଣ୍ଡରେ ଜଣେ, ଓଡିଶାରେ ଜଣେ ଏବଂ ପଶ୍ଚିମବଙ୍ଗରେ ଜଣେ ରୋଗୀ ଚିହ୍ନଟ କରାଯାଇଛି। ଦ୍ରୁତ ଗତିରେ ବଢୁଥିବା କୋରୋନାକୁ ଦୃଷ୍ଟିରେ ରଖି ନୋଏଡାରେ ୪୦୦ ବେଡ୍‌ ବିଶିଷ୍ଟ ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ରୋଗୀଙ୍କୁ ରଖିବା ପାଇଁ ବ୍ୟବସ୍ଥା ରହିଛି । ଏପର୍ଯ୍ୟନ୍ତ ନୋଏଡାରେ ୪ ପଜେଟିଭ୍‌ ରୋଗୀ ସାମ୍ନାକୁ ଆସିଛନ୍ତି ।