ଭବାନୀପାଟଣା,ଏନ୍ଏନ୍ଏସ୍ : କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଛି। ରାଜ୍ୟ ସରକାର ସାରା ଓଡ଼ିଶାରେ ଏହି ରୋଗର ନିରାକଣର ଓ ପ୍ରତିଷେଧକ ପାଇଁ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବାସହ ସମସ୍ତ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି। ଏହାସହିତ ସିନେମା ହଲ୍, ସପିଙ୍ଗ୍ ମଲ୍, ସୁଇମିଂ ପୁଲ୍ ସମେତ ଜନଗହଳି ଅଞ୍ଚଳକୁ ବନ୍ଦ କରିବା, ସଭାସମିତି, ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇବା ସହିତ ବାହାରେ ପାନଛେପ ଆଦି ନପକାଇବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଥିବା ବେଳେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଏହି ରୋଗ କିପରି ନବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହାକୁ ନେଇ ସାରା ବିଶ୍ୱରେ ଭୟ ଓ ଆତଙ୍କ ଖେଳିଯାଇଥିବା ବେଳେ ଭବାନୀପାଟଣା ସହରର ପଡୁରୁଣାପଡ଼ା, ମନ୍ଦାର ବଗିଚାପଡ଼ା, ଶମ୍ଭୁନଗରପଡ଼ା ଓ ଦେୱାନସାହେବପଡ଼ା ବାସୀ ଏହି ମହାମାରୀ କରୋନା କଳାହାଣ୍ଡି ଜିଲ୍ଲା, ରାଜ୍ୟ ତଥା ଦେଶରେ ନ ବ୍ୟାପିବା ତଥା ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଲୋକଙ୍କୁ କରୋନାରୁ ମୁକ୍ତକରି ଏକ ସୁସ୍ଥ ବାରାବରଣ ସୃଷ୍ଟି କରିବାପାଇଁ ମା’ ମାଣିକେଶ୍ୱରୀ ଓ ଗଙ୍ଗାଦେବୀ ଠାକୁରାଣୀ ନିକଟରେ ପୂଜାର୍ଚ୍ଚନା କରିବାସହ କରୋନା ଶାନ୍ତି ହୋମ ଓ ପୂଜା କରିଛନ୍ତି। ପୁରୁଣାପଡ଼ାସ୍ଥିତ ଗଙ୍ଗାଦେବୀ ଠାକୁରାଣୀ ମନ୍ଦିରରେ ସ୍ଥାନୀୟ ଲୋକ ଏକତ୍ରୀତ ହୋଇ ଏହି ପୂଜା ପାଠ ଓ ହୋମକରିବା ସହ ବିଶ୍ୱକୁ ମହାମାରୀ କରୋନାରୁ ରକ୍ଷା କରିବାପାଇଁ ସମୂହ ପ୍ରାର୍ଥନା କରିଥିଲେ ।
ଆୟୋଜକଙ୍କ କହିବା କଥା କରୋନାର ବର୍ତ୍ତମାନ ପ୍ରତିଶେଧକ ବାହାରିନଥିବା ବେଳେ କେବଳ ଭଗବାନ ହିଁ ଏହି ବିପତ୍ତିରୁ ଉଦ୍ଧାର କରିବେ। ତେଣୁ ତାଙ୍କର ପୂଜାର୍ଚ୍ଚନା କଲେ ନିଶ୍ଚିତ ଭାବେ ବିଶ୍ୱ କରୋନା ଭଳି ମହାମାରୀରୁ ରକ୍ଷା ହୋଇପାରିବା। ଏହି ପୂଜା ଓ ହୋମରେ ଭାବଗ୍ରାହୀ ପ୍ରଧାନ କର୍ତ୍ତା ହୋଇଥିବା ବେଳେ ମୋହନ ଆଚାର୍ଯ୍ୟ ଓ ରୋହିର ଆଚାର୍ଯ୍ୟ ବୈଦିକ ନୀତିରେ ମନ୍ତ୍ର ଉଚାରଣ କରି ପୂଜା ଓ ହୋମ କରିଥିଲେ। ବିକାଶ ରଞ୍ଜନ ପ୍ରଧାନ, ମୋହନ ଆଚାର୍ଯ୍ୟ, ଲକ୍ଷ୍ମଣ କୁମାର ଦାସ, ଜନ୍ମେଜୟ ପ୍ରଧାନ ପ୍ରମୁଖ ସହଯୋଗ କରିଥିôଲେ।