କରୋନା ଚିନ୍ତା : ଭୀମକୁଣ୍ଡ ବନ୍ଦ

ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସ୍ ପାଇଁ ସାରା ବିଶ୍ୱ ଭୟଭୀତ ହୋଇ ପଡ଼ିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ଦେଖା ଦେଇଛି । ଆଜି ଭୁବନେଶ୍ୱରରେ ଜଣେ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ପଜେଟିଭ ଆସିବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଲାଗୁ କରିବା ସହିତ ବିଭିନ୍ନ ସ୍ଥାନରେ କଟକଣା ଜାରି କରିଛି ।ଏହି ପରିପ୍ରେକ୍ଷୀରେ ପାଟଣା ବ୍ଲକରେ ଥିବା ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଶାସନ ବନ୍ଦ କରିଥିବା ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ସୂଚନା ଦେଇଛନ୍ତି ।