ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ନିକଟ ମୂଖ୍ୟ ରାସ୍ତାର ଏକ ମୋଟର ସାଇକେଲ ସ୍ପେୟାର ପାର୍ଟ୍ସ ଦୋକାନର ଗୋଦାମରେ ଆଜି ସଂଦ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସାମଗ୍ରୀ ନଷ୍ଟ ହୋଇଛି। ହଂସରାଜ ସ୍ପେୟାର ପାର୍ଟ୍ସ ଦୋକାନର ମାଲିକ ଦୋକାନ ପଛପଟେ ପରିବାର ସହ ରହୁଥିବା ବେଳେ ମାଆଙ୍କ ଶରୀର ଅସୁସ୍ଥ ଥିବାର ଦୋକାନ ବନ୍ଦ ରହିଥିଲା। ତେବେ କୌଣସି କାରଣରୁ ନିଆଁ ଲାଗି ଧୂଆଁ ବହାରିବା ପରେ ପଡୋଶୀ ଦୋକାନର କିଛି ଲୋକେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶ୍ରମ ସେବା କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ଅଗ୍ନିଶ୍ରମ ସେବା କର୍ମଚାରୀ ଆସି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି। ତେବେ ଗୋଦାମର ୩ ଟି କଠୋରରରେ ଥିବା ସମସ୍ତ ପାର୍ଟ୍ସ ନିଆଁରେ ଛାରଖାର ହୋଇଥିବା ଦେଖାଯାଇଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ନଷ୍ଟ ସମ୍ପତିର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାର ହେବ ବୋଲି ଦୋକାନ ମାଲିକ ଗୁଲାବ ଜୈନ ପ୍ରକାଶ କରିଛନ୍ତି।