ମାଲକାନଗିରି,ଏନ୍ଏନ୍ଏସ୍ : ଆଜି ଆଧୁନିକ ସଭ୍ୟ ସମାଜରେ ଯୌତୁକ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ସରକାର କଠୋର ଆଇନ ପ୍ରଣୟନ କରିଛନ୍ତି । କିନ୍ତୁ ଏହି ପ୍ରଥା ଥମିବାର ନା ନେଉନାହିଁ । ଏଭଳି ଯୌତୁକ ନିର୍ଯ୍ୟାତନାର ଶୀକାର ହୋଇ ଜଣେ ବଧୁ ନିଜର ଜୀବନ ହାରିଥିବା ବେଳେ ଶବ ସତ୍କାର କରିବାକୁ କେହି ନ ଆସିବାରୁ ୨ ଜଣ ମହିଳା ସମାଜସେବୀ ଆଗେଇ ଆସି ଶବ ସତ୍କାର କରିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି , ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି-୧୭ ଗ୍ରାମର ।
ସୂଚନା ଅନୁଯାୟୀ, ଅଞ୍ଜନା କିର୍ତନିୟା ଓରକେଲ ଥାନା ଅନ୍ତର୍ଗତ ଏମ.ଭି-୧୦୪ ଗ୍ରାମର ନନୀ ଗୋପାଲ କିର୍ତନିୟାଙ୍କୁ ଗତ ୨୦୧୮ ମସିହାରେ ବିବାହ କରିଥିଲେ । ଗୋଟିଏ ବର୍ଷ ପରିବାର ହସଖୁସିରେ ଜୀବନ କଟାଇବା ପରେ ସ୍ୱାମୀ ନନୀ ଗୋପାଲ ଯୌତୁକ ପାଇଁ ଅଞ୍ଜନାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ୪ ମାସ ତଲେ ଯୌତୁକ ପାଇଁ ଅଞ୍ଜନାଙ୍କୁ ପନିକିରେ ପ୍ରହାର କରି ଘର ବାହାରକୁ ଠେଲି ଦେବାରୁ ସେ ଗୁରୁତ୍ୱର ଆହତ ହୋଇ ଚିକିତ୍ସିତ ହୋଇଥିଲେ । ପରେ ପୁଣି ଆତ୍ମହତ୍ୟା ପାଇଁ ପ୍ରରୋଚିତ କରିବା ଫଳରେ ସେ ବିଷ ପିଥ ଆତ୍ମହତ୍ୟା ଉଦ୍ୟମ କରିବା ଫଳରେ ପୁଣି ଚିକିତ୍ସିତ ହୋଇ ଗ୍ରାମରେ ଏକ ବୈଠକରେ ସମାଧାନ କରାଯିବା ପରେ ସ୍ୱାମୀ ଘରକୁ ଫେରିଥିଲେ । ତେବେ ଗତ ୧୫ ଦିନ ତଳେ ପୁଣି ସ୍ୱାମୀ ନନୀଗୋପାଲ ଅଞ୍ଜନାଙ୍କୁ ମାଡ ମରିବାରୁ ସେ ଗୁରୁତ୍ୱର ଆହତ ହୋଇ ପ୍ରଥମେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଦିନ ଚିକିତ୍ସିତ ହେବା ପରେ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ସେଠାରେ ୭ ଦିନ ଚିକିତ୍ସିତ ହେବା ପରେ ଗତ ୧୪ ତାରିଖ ପୂର୍ବାହ୍ଣରେ ମୃତ୍ୟୁ ହୋଇଥିଲା । ପରେ ଶ୍ୱଶୁର ଘରର ଲୋକେ ଶବ ବ୍ୟବଚ୍ଛେଦ ନ କରି ଶବ ସତ୍କାର କରିବାକୁ ସମସ୍ତ ପ୍ରସ୍ତୁତି କରିଦେଇଥିଲେ । ଏହି ଖବର ତାଙ୍କ ଭାଇ ବିଜୟ ତପଦାର ପାଇବା ପରେ ଓରକେଲ ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଏକ ମାମଲା ରୁଜୁ କରିଛି । ପରେ ଶ୍ୱଶୁର ଘରେ ପହଂଚି ଶବ ନେବାକୁ ଦାବୀ କରିଥିଲେ । ଶ୍ୱଶୁର ଘରର ଲୋକେ ଶବକୁ ଆଣି ମାଲକାନଗିରିର ସ୍ଥିତ ବ୍ୟବଚ୍ଛେଦ କଠୋରୀରେ ରଖି ଚାଲି ଯାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ସତ୍କାର ପାଇଁ କେହି ନଥିବାରୁ ମାଲକାନଗିରିର ୨ ଜଣ ସମାଜସେବୀ ଅଞ୍ଜଳି ମହାପାତ୍ର ଓ ସହଦେବୀ ମାଡ଼ି ଏହା ଶୁଣି କାନେ୍ଧଇ ଥିଲେ ଓ ମୃତ ଅଞ୍ଜନାଙ୍କ ଭାଇ ଓ ତାଙ୍କ ସମ୍ପର୍କିୟ ମିଶି ଶବ ସତ୍କାର କରିଛନ୍ତି । ତେବେ ଓରକେଲ ପୁଲିସ ମଧ୍ୟ ଘଟଣାର ତଦନ୍ତ କରି ମୃତ ଅଞ୍ଜନାଙ୍କ ସ୍ୱାମୀ ନନୀଗୋପାଲକୁ ଗିରଫ କରିଥିବା ଓରକେଲ ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦିଶ ବାରା ପ୍ରକାଶ କରିଛନ୍ତି ।