କ୍ୟାପିଟାଲ ହସ୍ପିଟାଲରେ କରୋନା ରୋଗୀକୁ ନେଇ ପ୍ରେସମିଟରେ ସ୍ପଷ୍ଟ କଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସକୁ ନେଇ ରାଜ୍ୟସରକାରଙ୍କ କରୋନା ମୁକାବିଲା କମିଟିର ମୁଖ୍ୟପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ କରିଛନ୍ତି। ଏହି ପ୍ରେସମିଟରେ ସେ କୋଭିଡ– ୯ ପଜିଟିଭ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି। ଏଥିରେ ସେ କହିଛନ୍ତି ଯେ କରୋନା ଆକ୍ରାନ୍ତ ବା ସନ୍ଦିଗ୍ଧଙ୍କ ପରିଚୟକୁ ସମ୍ମାନ ଦେବାକୁ ପଡ଼ିବ। ଏବଂ ତାଙ୍କର ପରିଚୟକୁ ନେଇ ଚର୍ଚ୍ଚା କରିବା ତାଙ୍କୁ ଓ ତାଙ୍କ ପରିବାରକୁ ଅସୁବିଧାରେ ପକାଇବା ସହ ସମାନ ବୋଲି କହିଛନ୍ତି।

ଏଥିସହ ଶ୍ରୀ ବାଗ୍‍ଚୀ ଉକ୍ତ ବ୍ୟକ୍ତି ଜଣଙ୍କର ପରିଚୟକୁ ସ୍ପଷ୍ଟ କରିନଥିବା ସହ ସେ ୩୩ ବର୍ଷୀୟ ଯୁବକ ବୋଲି କହିଛନ୍ତି। ତେବେ ସେ ଇଟାଲିରେ ଗବେଷଣା କରୁଥିଲେ। ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ଆସି ୧୨ ମାର୍ଚ୍ଚରେ ଭୁବନେଶ୍ୱର ଟ୍ରେନ୍ ଯୋଗେ ଆସିଥିଲେ। ସେହିପରି ୧୩ ମାର୍ଚ୍ଚରେ ଏକ ଡାକ୍ତରଙ୍କ ସହ ପରାମର୍ଶ କରି ଡାକ୍ତରଖାନରେ ଆଡମିସନ ହୋଇଥିଲେ। ରବିବାର ସକାଳେ ଯୁବକଙ୍କ ରକ୍ତ ନମୁନା ଆରଏମଆରସିକୁ ପରିକ୍ଷା ଲାଗି ପଠାଯାଇଥିଲା । ଏହାପରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ତାଙ୍କ ରିପୋର୍ଟ ଆସିବା ପରେ ସେ କୋଭିଡ– ୯ ପଜିଟିଭ ବୋଲି ଜଣାପଡ଼ିଥିଲା।

ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ଯୁବକଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି। ଏହି ଘଟଣା ପରେ ରାଜ୍ୟ ସରକାର ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ ଜାରି ରଖିଛନ୍ତି। ଏଥିରେ ଦିଲ୍ଲୀରୁ ବାହାରି ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସି କହାକହା ସହ ସେ ମିଳାମିଶା କରିଛନ୍ତି ସେ ନେଇ ସରକାରଙ୍କ ପକ୍ଷରୁ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବାଗଚୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଜିଠାରୁ ପ୍ରତିଦିନ ସଢ଼େ ୪ଟା ସମୟରେ ସେ ଏବଂ ତାଙ୍କ ସହଯୋଗୀ ଅଫିସର ମାନେ କରୋନା ବିଷୟରେ ୨୪ଘଣ୍ଟାର ଖବର, ସମୀକ୍ଷା, ପଦକ୍ଷେପ ଓ ସମାଜର ଆଶା ସମ୍ପର୍କରେ ପ୍ରେସମିଟରେ ଆଲୋଚନା ହେବ।

ଏହା ବ୍ୟତୀତ ସେ ଗଣମାଧ୍ୟମକୁ ଅପିଲ କରିଛନ୍ତି ଯେ ଏହା ବ୍ରେକିଂ ନ୍ୟୁଜର ସମୟ ନୁହଁ, ଏବଂ ବ୍ରେକିଂ ନେସନର ସମୟ। ତେଣୁ ଭିଡିଓ କ୍ୟାମେରା ନେଇ ଯେଉଁଭଳି ପ୍ରତିନିଧିମାନେ ହସ୍ପିଟାଲକୁ ଯାଉଛନ୍ତି ଏହାଦ୍ୱରା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅସୁବିଧା ଉପୁଜୁଛି। ସେହିପରି କହିଛନ୍ତି ଯେ ଆମେ ଦାୟିତ୍ୱ ସମ୍ପର୍ଣ୍ଣ ହେବା, କରୋନା ଭାଇରସ ଗଣମାଧ୍ୟମ ପାଇଁ ସ୍ପେଶାଲ କୋଟା ରଖିନାହିଁ ତେଣୁ ଆମେ ନିଜର ସହିତ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନେବାକୁ କହିଛନ୍ତି। ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଚଳ କରନ୍ତୁ ନାହିଁ ବୋଲି ଶ୍ରୀ ବାଗଚୀ ଗଣମଧ୍ୟମକୁ କହିଛନ୍ତି। ଏଥିସହ ଏ ସମ୍ପର୍କରେ ଅଫିସିଆଲ ସୂଚନା ଆଇଏପପିଆର୍ ସାଇଟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି।