ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ହିରାଲୋଇ ଗାଁ”ରେ ରବିବାର ଏକ ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାଯାଇଛି। ମୃତକ ଓ ଗୁରୁତର ହିରାଲୋଇ ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଉକ୍ତ ଗ୍ରମାର ୨ଟି ପରିବାର ଏହି ଛତୁ ଆଣି ଖାଇଥିଲେ। ପରେ ଏହାକୁ ଖାଇ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ହୋଇଛନ୍ତି।
ସେଠାରୁ ତାଙ୍କୁ ସଙ୍ଗେ ସେଙ୍ଗ ସମ୍ବଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।