କରୋନା : ପଦ୍ମ ପୁରସ୍କାର ଉତ୍ସବ ସ୍ଥଗିତ

ନୂଆଦିଲ୍ଲୀ : ମହାମାରୀ କରୋନା ଜୀବାଣୁ (କୋଭିଡ -୧୯)କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୩ ରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମ ପୁରସ୍କାର ବିତରଣ ସମାରୋହକୁ ସ୍ଥଗିତ ରଖିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟେରୀ ଦୀପକ କୁମାର ଶନିବାର ଦିନ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ସମ୍ପର୍କରେ ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଚିଠି ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ ସମାରୋହର ପରବର୍ତୀ ତାରିଖ ଏବଂ ସମୟ ବିଷୟରେ ସୂଚନା ପରେ ଦିଆଯିବ । ଏହାପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ୬ରେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ୩ ଏପ୍ରିଲରେ ସଂଧ୍ୟା ୬.୩୦ରେ ରାଷ୍ଟ୍ରପତି ଭବନର ଦରବାର ହଲକୁ ନିମନ୍ତ୍ରଣ କରାଯାଇଥିଲା ।