ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା। ତିନି କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ। ମେଡିକାଲ ଯିବା ବାଟରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ହେଲେ କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। କାଶୀପୁର ଅଡାଝୋଲି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର ପାଖାପାଖି ତିନି କିଲୋମିଟର କାନ୍ଧରେ ବୋହି ଗର୍ଭବତୀଙ୍କୁ ନେଇଥିଲେ। ଗୁରୁତର ଅବସ୍ଥାରେ ମାଆ ଓ ଶିଶୁ ପୁତ୍ରକୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି।